Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିକଶିତ ଭାରତ ଗଠନ ଲାଗି ବିଜେପିକୁ ସୁଦୃଢ କରିବାକୁ ଶାହାଙ୍କ ଆହ୍ବାନ

Manini Pattanayak
Browse all articles by Manini Pattanayak
·1 year ago·2 min read
ବିକଶିତ ଭାରତ ଗଠନ ଲାଗି ବିଜେପିକୁ ସୁଦୃଢ କରିବାକୁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆରମ୍ଭ ହେଲା ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍। ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଶ୍ବର ସର୍ବ ବୃହତ୍ ରାଜନୈତିକ ଦଳ ବିଜେପି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନିଜ ସଦସ୍ୟତାକୁ ନବୀକରଣ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଦେଇଛନ୍ତି ଆହ୍ବାନ। ବିକଶିତ ଭାରତ ଗଠନ ଲାଗି ବିଜେପିକୁ ସୁଦୃଢ କରିବାକୁ ଅମିତ ଶାହା ଆହ୍ବାନ ଦେଇଛନ୍ତି । ଗଡ଼କରୀ କହିଛନ୍ତି, ଭାରତ ବନୁ ବିଶ୍ବଗୁରୁ ଏହା ବିଜେପିର ଲକ୍ଷ୍ୟ।  ଦିଲ୍ଲୀରୁ ଆରମ୍ଭ ହେଲା ବିଜେପିର ମେଗା ମେମ୍ବରସିପ୍ ଡ୍ରାଇଭ୍। ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଶ୍ବର ସର୍ବ ବୃହତ୍ ରାଜନୈତିକ ଦଳ ବିଜେପି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନିଜ ସଦସ୍ୟତାକୁ ନବୀକରଣ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଏହି ଅଭିଯାନରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଦେଇଛନ୍ତି ଆହ୍ବାନ। 

 ଗୁଡ୍ ଗଭର୍ଣ୍ଣାନ୍ସ ଦ୍ବାରା ସମ୍ଭବ ଦେଶର ବିକାଶ। ଆଉ ପିଏମ ମୋଦିଙ୍କ ନେତୃତ୍ବରେ ଦେଶବାସୀଙ୍କୁ ଗୁଡ୍ ଗଭର୍ଣ୍ଣାନ୍ସ ଯୋଗାଇ ଆସୁଛି ବିଜେପି। ଭାରତ ବନୁ ବିଶ୍ବଗୁରୁ ଏହା ବିଜେପିର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କହିବା କଥା। ଆଜି ବିଶ୍ବର ଶ୍ରେଷ୍ଠତମ ଦଳ ଭାବେ ଉଭା ହୋଇଛି ବିଜେପି। ଏହା ପଛରେ ରହିଛି କର୍ମୀଙ୍କ ଶ୍ରେଷ୍ଟ ଅବଦାନ। ସଂଗଠନ ଆମ ପାଇଁ କାଗଜ କଲମରେ ବନିଥିବା ପ୍ରକ୍ରିୟା ନୁହେଁ। ଏହା ଆମ ଦଳର ପ୍ରାଣ, ବିଜେପିର ଆତ୍ମା। ତେଣୁ ଏହି ମେମ୍ବରସିପ୍ ଡ୍ରାଇଭରେ ଅଂଶଗ୍ରହଣ କରି ବିଜେପିକୁ ଆହୁରି ମଜଭୁତ୍ କରିବାକୁ ଦେଶବାସୀ ଓ ବିଜେପି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଆସନ୍ତାକାଲି ଆରମ୍ଭ ହେବ ଏହି ଅଭିଯା। ଓଡିଶାରେ ପ୍ରାୟ 42 ଲକ୍ଷ ସଦଶ୍ୟ ରହିଥିବା ବେଳେ ଏଥର ଅଧିକ ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। 

18 କୋଟି ସଦସ୍ୟତା ଥିବା ବିଜେପି ଏଥର 20 କୋଟି ସଦସ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଦେଶର ପ୍ରାୟ ୧୦ ଲକ୍ଷ ବୁଥରୁ ୨୦୦ଜଣ ଲେଖାଏଁ ସଦସ୍ୟ ଯୋଡିବାକୁ ଟାର୍ଗେଟ୍ କରାଯାଇଛି । ଏହି ମେଗା ମେମ୍ବରସିପ୍ ଡ୍ରାଇଭ ପାଇଁ ବିଜେପି ପକ୍ଷରୁ ଜାରି ହୋଇଛି ସ୍ବତନ୍ତ୍ର ନମ୍ବର। ଏଥିରେ ମିସଡ୍ କଲ୍ କରି ସଦସ୍ୟ ହୋଇପାରିବେ । ଏଥିସହ ହ୍ବାଟସଆପ୍‍, ନମୋ ଆପ୍‍, QR CODE କିମ୍ବା ନିର୍ଦ୍ଧାରିତ ଫର୍ମ ପୂରଣ କରି ନେଇହେବ ବିଜେପିର ସଦସ୍ୟତା। ସେପ୍ଟମ୍ବର ୨ରୁ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଦସ୍ୟ ସଂଗ୍ରହ ପରେ ଅକ୍ଟୋବର ପହିଲାରୁ ୧୫ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଦସ୍ୟ ସଗ୍ରହ ଅଭିଯାନ ହେବ । ଅକ୍ଟୋବର ୧୫ରୁ ତୃତୀୟ ପର୍ଯ୍ୟାୟ ସଦସ୍ୟ ଅଭିଯାନ ପରେ ମଣ୍ଡଳ , ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ନିର୍ବାଚନ ହେବ । ସମସ୍ତ ରାଜ୍ୟର ସଭାପତିଙ୍କ ନାଁ ଘୋଷଣା ପରେ ରାଷ୍ଟ୍ରୀୟ ସଭାପତିଙ୍କ ନାଁ ଘୋଷଣା ହେବ। 
 ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"BJP is largest party in world...revolutionary decisions taken under PM Modi's leadership" | Argus News