ପ୍ରିୟଙ୍କା ଗାନ୍ଧିଙ୍କୁ ୧୯୮୪ ଲେଖା ହୋଇଥିବା ବ୍ୟାଗ୍ ଭେଟି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ୧୯୮୪ ଲେଖା ହୋଇଥିବା ବ୍ୟାଗ୍ ଭେଟି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସଂସଦ ଭବନ ଭିତରକୁ ପ୍ରିୟଙ୍କା ଗାନ୍ଧି ପ୍ରବେଶ କରୁଥିବା ବେଳେ ତାଙ୍କ ହାତକୁ ଏହି ବ୍ୟାଗ ବଢାଇଦେଇଥିଲେ ଅପରାଜିତା। ଆଉ ପ୍ରିୟଙ୍କା ବ୍ୟାଗରେ କଣ ଲେଖା ଅଛି ନଦେଖି ବ୍ୟାଗ ନେଇଯାଇଥିଲେ। ପୂର୍ବରୁ ପ୍ରିୟଙ୍କା ପାଲେଷ୍ଟାନ ସମର୍ଥନରେ ବ୍ୟାଗ ଅଣି ବିବାଦରେ ଥିଲେ। ବିଜେପି ଏହାକୁ ନେଇ ସମାଲୋଚନା କରିବାରୁ ତାପରଦିନ ପ୍ରିୟଙ୍କା ବାଙ୍ଗଲାଦେଶ ହିନ୍ଦୁ ଓ ଇସାଇଙ୍କୁ ସମର୍ଥନ କରୁଥିବା ଲେଖିଥିବା ବ୍ୟାଗ ଆଣି ସଂସଦ ଆସିଥିଲେ। ତେଣୁ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟାଗ ଫ୍ୟାସନର ଜବାବରେ ତାଙ୍କୁ ୧୯୮୪ ଲେଖା ବ୍ୟାଗ ଦେଇଛନ୍ତି ଅପରାଜିତା।
ଏହି ବ୍ୟାଗରେ ୧୯୮୪ ଲେଖା ତଳେ ରକ୍ତ ଛିଟାର ଦାଗ ରହିଛି। ୧୯୮୪ରେ ହୋଇଥିବା ଶିଖ ଦଙ୍ଗାରେ ପ୍ରାୟ ୨୮୦୦ ନିରୀହ ଶିଖ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଇଥିଲା। ଆଉ ଏହି ଦଙ୍ଗାକୁ କଂଗ୍ରେସ ନେତାମାନେ ଭଡ଼କାଇଥିବା ଅଭିୟୋଗ ହୋଇଥିଲା। ତେଣୁ ସେହି ଦଙ୍ଗାର ପ୍ରତୀକ ସ୍ବରୂପ ୧୯୮୪ ଲେଖାଥିବା ବ୍ୟାଗ ପ୍ରିୟଙ୍କା ଗାନ୍ଧିଙ୍କୁ ଗିଫ୍ଟ କରିଛନ୍ତି ଅପରାଜିତା।