Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତ

National

ସଂସଦରେ ଠେଲା ପେଲା; ପ୍ରତାପ ଷଡଙ୍ଗୀ ଆହତ

Smruti parija
Browse all articles by Smruti parija
·1 year ago

Key Points

ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଗଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ନୂଆଦିଲ୍ଲୀ: ଗୃହରେ ଥିବାବେଳେ ସିଢ଼ିରୁ ପଡ଼ିଗଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ରାହୁଲ ଗାନ୍ଧୀ ଠେଲିଦେଇଥିବା କଥା ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରତାପ ଷଡଙ୍ଗୀ । ରାହୁଲ ଗାନ୍ଧୀ ପ୍ରଥମେ ଜମେ ସାଂସଦଙ୍କୁ ଠେଲିଦେଲେ । ସିଢି ପାଖରେ ମୁଁ ଠିଆ ହୋଇଥିବାରୁ ସେ ସାଂସଦ ଜଣଙ୍କ ମୋ ଉପରେ ପଡିଗଲେ । ଫଳରେ ମୁଁ ପଡିଗଲି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହେଉଥିବାବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ ଅଭିଯୋଗରେ ବିଜେପି ସାଂସଦ ପ୍ରତିବାଦ କରୁଥିବା ସମୟରେ ଏହି ଏଘଟଣ ଘଟିଛି । ସଂସଦ ଭିତରେ ଏପରି ଠେଲା ପେଲାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjp-mp-pratap-chandra-sarangi-says-rahul-gandhi-pushed-me | Argus News