Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜେଟ ୨୦୨୫ ପ୍ଲାନ , ଅର୍ଥଶାସ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

National

ବଜେଟ ୨୦୨୫ ପ୍ଲାନ , ଅର୍ଥଶାସ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବଜେଟ ୨୦୨୫ ପ୍ଲାନ , ଅର୍ଥଶାସ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଅର୍ଗସ ବ୍ୟୁରୋ : 2025 ବଜେଟ ପ୍ରସ୍ତୁତି ପୂର୍ବରୁ ଦେଶର ଅର୍ଥନୀତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ଥନ । ଦେଶ ବିକାଶରେ ବଜେଟର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ନୀତି ଆୟୋଗ ଅଧ୍ୟକ୍ଷ ସୁମନ ବେରୀ, ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସମେତ ଅର୍ଥନୀତି ବିଶେଷଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଆସନ୍ତାବର୍ଷ ଫେବ୍ରୁଆରୀ ପହିଲାରେ ଉପସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାପୂର୍ବରୁ ଦେଶର ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବାକୁ ଥିଙ୍କ୍ ଟ୍ୟାଙ୍କର ଓ ବିଶେଷଜ୍ଞ ମୂଲ୍ୟବାନ ପରାମର୍ଶ ଓ ପ୍ରସ୍ତାବ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି ।


ନୀତି ଆୟୋପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିଯୁକ୍ତି, କୃଷି, ଜଳଶକ୍ତି, ଶିକ୍ଷା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ଆଗାମୀ ସମୟର ଆହ୍ବାନ ମୁକାବିଲା ସହ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ରାଜ୍ୟ ଗୁଡ଼ିକୁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାପୂର୍ବରୁ 20 ଡିସେମ୍ବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ରାଜ୍ୟର ଅର୍ଥ ବିଭାଗ ଅଧିକାରୀଙ୍କ ସହ ମନ୍ତ୍ରଣା କରିଥିଲେ । ପଞ୍ଜାବ, କେରଳ ପରି କିଛି ରାଜ୍ୟ ଆର୍ଥିକ ସଂକଟର ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଯୋଗାଇଦେବାକୁ ଦାବି କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


2025 ବଜେଟରେ ଦେଶର ସାଧାରଣ ନାଗରିକ ଓ କୃଷକଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା ସମ୍ଭାବନା ରହିଛି । ଆସନ୍ତାବର୍ଷ ଫେବ୍ରୁଆରୀ ପହିଲାରେ ଲଗାତାର ଅଷ୍ଟମ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜିଡିପି ଗ୍ରୋଥକୁ ମିଳିବ ବୁଷ୍ଟର ଡୋଜ । ବଜେଟ ପୂର୍ବରୁ ପରମ୍ପରା ଅନୁସାରେ ଏକ୍ସପର୍ଟଙ୍କ ପରାମର୍ଶ ଓ ପ୍ରସ୍ତାବ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ।

Argus Whatsapp Channel Mobile Top
Sponsored
Budget 2025 Plan, Prime Minister's meeting with Economist | Argus News