କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ
·1 year ago·1 min read

ଅର୍ଗସ ବ୍ୟୁରୋ: ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ସେମାନଙ୍କୁ ଆଉ ବର୍ଷେ ସମାନ ଶ୍ରେଣୀରେ ପଢିବାକୁ ହେବ। ପୂର୍ବରୁ ଲାଗୁଥିବା ନିୟମକୁ ପରିବର୍ତ୍ତନ କରି ସରକାର ଏହି ଆଇନ ଆଣିଛନ୍ତ। ଅର୍ଥାତ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ।
ଏନେଇ ସୂଚନା କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ତେବେ ଯେଉଁ ଛାତ୍ରୀଛାତ୍ରମାନେ ପଞ୍ଚମ ଓ ଅଷ୍ଟମରେ ଫେଲ୍ ହେବେ ସେମାନଙ୍କୁ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ଯେଉଁମାନେ ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି। ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଶିକ୍ଷା ସଚିବ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: