Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ

Ritu Das
Browse all articles by Ritu Das
·1 year ago
ସଂସଦରେ କଂଗ୍ରେସ-ବିଜେପି ମୁହାଁମୁହିଁ: ଲୋକସଭା ଦିନ ୨ଟା ଯାଏ ମୁଲତବୀ

ଅର୍ଗସ ବ୍ୟୁରୋ: ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି ।


ସଂସଦ ସିଡ଼ିରୁ ପଡ଼ି ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି । ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ି ଆହତ ହୋଇଥିବା କହିଛନ୍ତି ଶ୍ରୀ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଦିନ ୨ଟା ଯାଏ ମୁଲତବୀ କଲେ ବାଚସ୍ପତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress-BJP face-off in Parliament: Lok Sabha adjourned till 2 pm | Argus News