Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଆରା ବିବାହ ; ମାନିଲେନି କୌଣସି ରୀତିନୀତି,ସମ୍ବିଧାନର ଶପଥ ନେଇ କଲେ ବିବାହ

National

ନିଆରା ବିବାହ ; ମାନିଲେନି କୌଣସି ରୀତିନୀତି,ସମ୍ବିଧାନର ଶପଥ ନେଇ କଲେ ବିବାହ

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ନିଆରା ବିବାହ ; ମାନିଲେନି କୌଣସି ରୀତିନୀତି,ସମ୍ବିଧାନର ଶପଥ ନେଇ କଲେ ବିବାହ

ଅର୍ଗସ ବ୍ୟୁରୋ : ନା ପିନ୍ଧାଇଲେ ଶଙ୍ଖା, ନା ସିନ୍ଦୁର । ବିନା କୌଣସି ରୀତିନୀତିରେ ବିବାହ କଲେ ଦମ୍ପତ୍ତି । ଏପରି ଏକ ନିଆରା ବିବାହ ଛତିଶଗଡର ଜଶପୁରରେ ଦେଖିବାକୁ ମିଳିଛି । ଯେଉଁଠି ଏକ ଦମ୍ପତ୍ତି କେବଳ ସମ୍ବିଧାନକୁ ଶପଥ ନେଇ ବିବାହ କରିଛନ୍ତି । ବିବାହ ଏକ ପବିତ୍ର ବନ୍ଧନ । ହିନ୍ଦୁ ବିବାହରେ ଅନେକ ନୀତିନୀତି ପରମ୍ପରା ରହିଥାଏ । ଯାହା ପ୍ରତ୍ୟେକ ହିନ୍ଦୁ ପରିବାର ବିବାହ ସମୟରେ କରିଥାନ୍ତି । ଯେପରି ମଙ୍ଗଳସୂତ୍ର ପିନ୍ଧାଇବା, ସିନ୍ଦୁର ପିନ୍ଧାଇବା, ବେଦିରେ ସାତଫେରା ବୁଲିବା ଇତ୍ୟାଦି ରହିଥାଏ । ବିନା କୌଣସି ରାତିନୀତିରେ ବିବାହ ସମ୍ପର୍ଣ୍ଣ ହୋଇନଥାଏ ବୋଲି ଆମର ବିଶ୍ବାସ ରହିଛି । ଆଉ ଏସବୁ ପାଇଁ ଅନେକ ଖର୍ଚ୍ଚ ମଧ୍ୟ ହୋଇଥାଏ । ହେଲେ ଏବେ ଏପରି ଏକ ହିନ୍ଦୁ ପରିବାରରେ ବିବାହ ହୋଇଛି, ଯେଉଁଠି କେବଳ ସମ୍ବିଧାନର ଶପଥ ନିଆଯାଇ ବରକନ୍ୟା ବିବାହ କରିଛନ୍ତି ।


ନା ବର ଆସିବା ବେଳେ ବାଜା, ବାଣର ଆୟଜନ ହୋଇଥିଲା, ନା ବର ଶଙ୍ଖା ସିନ୍ଦୁର କନିଆଁକୁ ପିନ୍ଧାଇ ଦେଇଥିଲେ । ନା ଉଭୟ ଅଗ୍ନିକୁ ସାକ୍ଷୀ ରଖି ବୁଲିଥିଲେ ସାତଫେରା । ବିବାହ ବେଳେ ସମ୍ବିଧାନର ନିର୍ମାତା ଡଃ ବି.ଆର ଆମ୍ବେଦକରଙ୍କ ଫଟୋକୁ ସାମ୍ନାରେ ରଖି ସାତ ଜନ୍ମର ସାଥୀ ହେବାର ଶପଥ ନେଇ ଦୁଇ ପରିବାରର ସହମତିରେ ବିବାହ କରିଥିଲେ । କୌଣସି ପାରମ୍ପାରିକ ରୀତିରିବାଜକୁ ସେମାନେ ମାନିନଥିଲେ । ଏପରି ବିବାହକୁ ନେଇ ବର ଜଣକ କହିଥିଲେ, ସେମାନେ ବିବାହର ଅଯଥା ଖର୍ଚ୍ଚକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ବିବାହରେ ବିଭିନ୍ ରୀତିନୀତିକୁ ଆଖି ଆଗରେ ରଖି ଯେଉଁଭଳି ଖର୍ଚ୍ଚ କରାଯାଏ, ତାକୁ ରୋକିବା ପାଇଁ ଏପରି ବିବାହ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଡିସେମ୍ବର ୧୮ରେ ଏହି ବିବାହ ସମ୍ପର୍ନ୍ନ ହୋଇଥିଲା । ତେବେ ଏପରି ନିଆରା ବିବାହକୁ ନେଇ ସ୍ଥାନୀୟ ଲୋକେ କହିଛନ୍ତି, ପ୍ରକୃତରେ ଅନେକ ପରିବାର ଏପରି କରିବା ଆବଶ୍ୟକ । କାରଣ ବିବାହରେ ଅନେକ ଅଯଥା ଖର୍ଚ୍ଚ ହୋଇଥାଏ । ଏବଂ କିଛି କିଛି ପରିବାର ଏହି ଖର୍ଚ୍ଚର ଭାର ଉଠାଇବାକୁ ସକ୍ଷମ ହୋଇନଥାନ୍ତି । ବିବାହକୁ ନେଇ ଉଭୟ ବରକନ୍ୟାଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି । ସେମାନେ ବିବାହ ପରେ ସେହି ନବଦମ୍ପତ୍ତିଙ୍କ ସୁଖ ମନାସି ସେମାନଙ୍କୁ ଆଶୀର୍ବାଦ କରିଛନ୍ତି ।

Sponsored
Couple ties knot by taking oath on constitution instead of Hindu marriage rituals | Argus News