ଖୋଜି ଖୋଜି ଧରୁଛି ପୋଲିସ, ଧରାପଡ଼ିଲେଣି ୧୭୫

ଅର୍ଗସ ବ୍ୟୁରୋ: ଖୋଜି ଖୋଜି ଧରୁଛି ପୋଲିସ, ଏବେ ସୁଦ୍ଧା ଧରାପଡ଼ିଲେଣି ୧୭୫ ଆକ୍ସନ ମୋଡ୍ରେ ଦିଲ୍ଲୀ ପୋଲିସ । ବାଂଲାଦେଶୀଙ୍କ ଉପରେ ନେଉଛି କଡ଼ା ଆକ୍ସନ । ଖୋଜି ଖୋଜି ଧରୁଛି । ଦେଶର ରାଜଧାନୀ ଦିଲ୍ଲୀରେ ଏବେ ବାଂଲାଦେଶୀଙ୍କ ଉପରେ ପଡ଼ିଛି ଚଡ଼କ । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ରହିଆସୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ । ଦିଲ୍ଲୀ ଆଉଟସ୍କର୍ଟରେ ରହୁଥିବା ୧୭୫ ଜଣ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଚିହ୍ନଟ କରିଛି। ଯାଞ୍ଚ ପରେ ଜଣାପଡିଥିଲା ଯେ କାହା ପାଖରେ କୌଣସି ପ୍ରକାର ଲିଗାଲ ଡକ୍ୟୁମେଣ୍ଟ ନାହିଁ । ସେମାନେ ବେଆଇନ ଭାବେ ଭାରତରେ ରହୁଥିବା ସ୍ପଷ୍ଟ ।
ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ବିଭିନ୍ନ ଟିମ୍ ଗଠନ କରାଯାଇଛି । ସେଥିରେ ଡିଷ୍ଟ୍ରିକ୍ଟ ଫରେନ୍ ସେଲ୍ ସହ ସ୍ୱତନ୍ତ୍ର ୟୁନିଟ୍ ଏବଂ ପୋଲିସ୍ ଟିମ୍ ମଧ୍ୟ ରହିଛନ୍ତି । ବେଆଇନ ଭାବେ ରହୁଥିବା ଏଭଳି ଲୋକଙ୍କୁ ଚିହ୍ନଟ କରିବା ଏବଂ ଅଟକ ରଖିବା ପାଇଁ ପୋଲିସ ଜୋରଦାର ଅପରେସନ ଆରମ୍ଭ କରିଛି। ଏହି ଅପରେସନ୍ ସମୟରେ ପୋଲିସ ପ୍ରତି ଘରକୁ ଯାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୧୭୫ ଜଣ ସନ୍ଦେହ ଘେରକୁ ଆସିଥିଲେ । ସେମାନଙ୍କୁ ପଚରାଉଚରା ପରେ ଜଣାପଡ଼ିଥିଲା ଯେ ସେମାନଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ । କିନ୍ତୁ ସେମାନେ ନିଜକୁ ଭାରତୀୟ ବୋଲି କହିଛନ୍ତି । ତେଣୁ ଏନେଇ ଆହୁରି ଅଧିକ ତଦନ୍ତ କରାଯାଉଛି । ଯାଞ୍ଚ କରୁଥିବା ଟିମ୍ ସେମାନଙ୍କ ଜନ୍ମସ୍ଥାନରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି । ପୋଲିସର କହିବାନୁସାରେ ଏଭଳି ଯାଞ୍ଚ ପ୍ରକ୍ରିୟା ଜାରି ରହିବ । ଆଗକୁ ଏହି ଯାଞ୍ଚ ଅଧିକ ତୀବ୍ର ହେବ । ଯେଉଁଠି ସନ୍ଦେହ ଉପୁଜିବ, ସେଠାରେ ଟିକିନିଖି ଯାଞ୍ଚ କରାଯିବ।
📱 Get Argus News App
✨ପରେ ରିପୋର୍ଟ ଅନୁସାରେ ସେମାନଙ୍କ ବିରୋଧରେ କାଯର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିଲ୍ଲୀରେ ବେଆଇନ ଭାବେ ବାସ କରୁଥିବା ବାଂଲାଦେଶୀଙ୍କୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ସ୍କୁଲଗୁଡିକରେ ବେଆଇନ ବାଂଲାଦେଶୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ଏମସିଡି ଡେପୁଟି କମିଶନର ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ ବେଆଇନ ବାଂଲାଦେଶୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ବିଦା କରିବାକୁ କୁହାଯାଇଛି । ଅନ୍ୟପଟେ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେହି ନବଜାତ ଶିଶୁମାନଙ୍କୁ ଜନ୍ମ ପ୍ରମାଣପତ୍ର ଦିଅଆନଯାଉ । ଯେଉଁମାନଙ୍କ ପରିବାର ବା ବାପା-ମାଆ ଭାରତରେ ବେଆଇନ ଭାବେ ରହୁଛନ୍ତି । ଏନେଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଏକ ଆକ୍ସନ୍ ଟେକେନ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।