Videos
|
National

ଜୟପୁର ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

Smruti parija
Browse all articles by Smruti parija
·1 year ago·1 min read
ଜୟପୁର ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି

Key Points

ଜୟପୁର ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଜୟପୁରରେ ଶନିବାର ହୋଇଥିବା ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।

ଜୟପୁର: ଜୟପୁର ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି । ଜୟପୁରରେ ଶନିବାର ହୋଇଥିବା ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଘଟିଥିବା ଦୁର୍ଘଟଣାରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ସୱାଇ ମାନସିଂହ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ।


ଦିଲ୍ଲୀ ପବ୍ଲିକ୍ ସ୍କୁଲ ନିକଟରେ ହୋଇଥିବା ବିସ୍ଫୋରଣରେ ୩୫ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କର ଶରୀର ପ୍ରାୟ ୭୫ ଭାଗ ଜଳି ଯାଇଥିଲା। ଡାକ୍ତରଖାନାରେ ଥିବା କିଛି ମୃତଦେହ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।ଜୟପୁରରୁ ଅଜମେରକୁ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଯାଇଥିଲା।ଯାହାଫଳରେ ଟ୍ୟାଙ୍କରର ୫ଟି ନୋଜଲ ଭାଙ୍ଗିଯାଇଥିଲା ଓ ୧୮ ଟନ୍ ଗ୍ୟାସ୍ ଲିକ୍ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: