ସନ୍ଧ୍ୟାରେ ହେବ ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା
·1 year ago

ସନ୍ଧ୍ୟାରେ ହେବ DGMO ସ୍ତରୀୟ ଆଲୋଚନା । ଆଜି ୧୨ଟାରେ ହେବାକୁ ଥିବା ବୈଠକ ସନ୍ଧ୍ୟାକୁ ଘୁଞ୍ଚିଲା । ସନ୍ଧ୍ୟାରେ ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା ହେବା ନେଇ ସୂଚନା ମିଳିଛି ।
ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଏବଂ ସାମରିକ ବିକାଶରେ, ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଶନିବାର ସାମରିକ ହଟଲାଇନ୍ ମାଧ୍ୟମରେ ଯୋଗାଯୋଗ ସ୍ଥାପନ କରିଥିଲେ । ଆଜି ଏହାକୁ ନେଇ ବଡ ନିଷ୍ପତ୍ତି ଗ୍ରହଣ କରାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଅପରାହ୍ନ ୨ଟା ୩୦ରେ ଡିଜିଏମଓ ପ୍ରେସମିଟ୍ କରିବେ । ତିନି ସେନାର ଡିଜିଏମଓଙ୍କ ପ୍ରେସମିଟ୍ ନେଇ ସୂଚନା ରହିଛି । ସ୍ଥଳସେନା, ନୌସେନା, ବାୟୁସେନାର ଡିଜିଏମଓ ଉପସ୍ଥିତ ରହିବେ । ଅପରେସନ୍ ସିନ୍ଦୂର ସମ୍ପର୍କରେ ଆସିବ ବଡ଼ ସୂଚନା ।