Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାହୁଲ ଗାନ୍ଧିଙ୍କ ଆଚରଣକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର

National

ରାହୁଲ ଗାନ୍ଧିଙ୍କ ଆଚରଣକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର

Swoyangprjna Mishra
Browse all articles by Swoyangprjna Mishra
·1 year ago·1 min read
ରାହୁଲ ଗାନ୍ଧିଙ୍କ ଆଚରଣକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : ସଂସଦ ଭିତରେ ବିଜେପି ସାଂସଦ ପ୍ରତାପଙ୍କୁ ରାହୁଲ ଧକ୍କା ଦେବା ଘଟଣାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମନ୍ତବାଦୀ ରାହୁଲ ଗାନ୍ଧୀ ପ୍ରଥମେ ମହିଳା ସାଂସଦ ଏସ୍.ଫାଙ୍ଗନମ୍ କୋନିଆକଙ୍କୁ ଧକ୍କା ମାରି ଭାତରକୁ ଆସିଲେ । ପରେ କୋନିଆକଙ୍କ ସହ ଥିବା ସାଂସଦ ମୁକେଶ ରାଜପୁତ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ବି ଧକ୍କା ମାରିଲେ । ଦୁଇ ସାଂସଦ ତଳେ ଗଳି ପଡି ଆହତ ହୋଇଛନ୍ତି । ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି, ସେ ଆଇସିୟୁରେ ଭର୍ତ୍ତି ଅଛନ୍ତି। ଦେଶର ଜନତା ରାହୁଲଙ୍କ ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରିବେ ନାହିଁ । ନିର୍ଲଜକତାର ଗୋଟେ ସୀମା ଥାଏ ବୋଲି କହିଛନ୍ତି ଧର୍ମେନ୍ଦ୍ର । 


ସେପଟେ ଫୋନକରି ଦୁଇ ସାଂସଦଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦ ଭିତରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଲହୁଲୁହାଣ । ପ୍ରତାପଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ । ଉଭୟ ସାଂସଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପ୍ରତିକ୍ରିୟାରେ ପ୍ରତାପ କହିଛନ୍ତି, ରାହୁଲ ଗାନ୍ଧୀ ପ୍ରଥମେ ଜଣେ ସାଂସଦଙ୍କୁ ଠେଲି ଦେଇଥିଲେ । ସାଂସଦ ତାଙ୍କ ଉପରେ ପଡି ଯିବାରୁ ତଳେ ପଡି ଯାଇ ସେ ଆହତ ହୋଇଥିବା କହିଛନ୍ତି ପ୍ରତାପ। ସେପଟେ ଏପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି । ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି, ହଁ ମୁଁ ଏହା କରିଛି, ଠିକ୍ ଅଛି ।ରାହୁଲ ଗାନ୍ଧିଙ୍କ ଏହିପରି କାର୍ଯ୍ୟକଳାପକୁ ବିଭିନ୍ନ ମାହୋଲରୁ ଘୋର ନିନ୍ଦା କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra pradhan blame rahul gandhi for his misbehave on pratap sarangi | Argus News