ଏମିତି କଲେ ଆଉ ଆସିବ ନି ସ୍ପାମ୍ କଲ୍

ବର୍ତ୍ତମାନ ସମୟରେ ମୋବାଇଲକୁ ବାରମ୍ବାର ଆସୁଥିବା ସ୍ପାମ୍ କଲ୍ ଉପଭୋକ୍ତାଙ୍କ ଚିନ୍ତା ବଢାଇ ଦେଉଛି। ସ୍ପାମ କଲ୍ ରିସିଭ୍ କରିକରି ୟୁଜର୍ସ ବି ବିରକ୍ତ ହୋଇ ଯାଉଛନ୍ତି। ବିଶେଷ କରି ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଠାରୁ ଆସୁଥିବା ଲୋଭନୀୟ କଲ୍। ଯେଉଁ କଲ୍ ଗୁଡିକ ୟୁଜର୍ସଙ୍କ ପାଇଁ ବିପଦ। ଯାହା ଏକ ବଡ ଠକେଇ ଓ ସ୍କାମ୍ ଆଡକୁ ନେଇଯାଏ ଉପଭୋକ୍ତାଙ୍କୁ।
ଏହାକୁ ନେଇ ଅନୁଧ୍ୟାନ କରାଯାଉଥିବା ସର୍ଭେ କହୁଛି ପ୍ରତିଦିନ ଅଧିକାଂଶ ଲୋକଙ୍କୁ ୬୦ ପ୍ରତିଶତରୁ ଅଧିକ ସ୍ପାମ୍ କଲ୍ ଆସୁଛି। ୯୫ ପ୍ରତିଶତରୁ ଅଧିକ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଅନାବଶ୍ୟକ କଲ୍ ପାଉଛନ୍ତି। ଯେଉଁଥିରେ ଅଧିକରୁ ଅଧିକ କଲ୍ ଟେଲି ମାର୍କେଟିଙ୍ଗ ସହିତ ଜଡିତ। ଯେଉଁଥିରେ ବିଭିନ୍ନ ସରକାରୀ ଅନୁଷ୍ଠାନର ପରିଚୟ ଦେଇ ଠକେଇ କରିବାକୁ ଉଦ୍ୟମ କରାଯାଇଥାଏ। ଯାହା ଭବିଷ୍ୟତରେ ଆର୍ଥିକ କ୍ଷତି, ଗୋପନୀୟତା ଉଲ୍ଲଂଘନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣ ଯଦି ଉକ୍ତ ନମ୍ବରକୁ ବ୍ଲକ୍ କରିଥାନ୍ତି, ତେବେ ପରବର୍ତ୍ତୀ ସମୟରେ ଅନ୍ୟ ଏକ ନମ୍ବରରେ ପୁଣି କଲ୍ ଆସିଥାଏ।
📱 Get Argus News App
✨ସ୍ପାମରମାନେ ଅବିରତ ନିଜର ନମ୍ବର ପରିବର୍ତ୍ତନ କରିଥାନ୍ତି। ଏହାକୁ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଡିଏନଡି ଆପ୍( ଡୁ ନଟ୍ ଡିଷ୍ଟର୍ବ) ଆପ୍ କାର୍ଯ୍ୟ କରୁଛି। ଏହି ଆପକୁ ଆପଲ ଆପ୍ ଷ୍ଟୋର୍ ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ। ଯେଉଁଥିରେ ସ୍ପାମ କଲ୍କୁ ରିପୋର୍ଟ କରିବା ସହ ପ୍ରତିବନ୍ଧକ ଲଗାଇ ହେବ। କୌଣସି ପ୍ରମୋସନାଲ୍ କଲ୍କୁ ବ୍ଲକ୍ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ନିଜ ଅଭିଯୋଗର ସ୍ଥିତିକୁ ମଧ୍ୟ ଯାଞ୍ଚ କରାଯାଇ ପାରିବ। ଆପଣଙ୍କ ଅଭିଯୋଗ କାର୍ଯ୍ୟକାରୀ ହୋଇଛି କି ନାହିଁ, ଏହି ଆପ୍ ମାଧ୍ୟମରେ ସ୍ଥିତି ଜାଣି ହେବ। ଏହି ଆପ୍ରେ ଆଡଭାନ୍ସ ୟୁଜର ଇଣ୍ଟରଫେସ୍, ରିପୋର୍ଟିଂ ଟୁଲ୍ସ ରହିଛି। ଯାହା ଅନାବଶ୍ୟକ ଯୋଗାଯୋଗକୁ ଅବରୋଧ କରିବା ପାଇଁ କାର୍ଯ୍ୟ କରିଥାଏ।