Videos
|
National

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେ ଏସ୍.ଜୟଶଙ୍କର

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବେ ଏସ୍.ଜୟଶଙ୍କର

Key Points

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ

ଆସନ୍ତା ୨୦ରେ ଶପଥ ଗ୍ରହଣ 

ସାମିଲ୍ ହେବେ ଏସ୍.ଜୟଶଙ୍କର

ଅର୍ଗସ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଶପଥ ନେବେ । ୱାଶିଂଟନ ଡିସିରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଭାରତ ପକ୍ଷରୁ ସାମିଲ୍ ହେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।


ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ମନ୍ତ୍ରଣାଳୟ ଅନୁସାରେ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଗସ୍ତ ବେଳେ ଟ୍ରମ୍ପ ପ୍ରଶାସନକୁ ଭେଟି ଆଲୋଚନା କରିବେ । ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ତମ ରାଷ୍ଟ୍ରପତି ଶପଥ ନେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ୱାଶିଂଟନ ଡିସିସ୍ଥିତ ୟୁଏସ୍ କ୍ୟାପିଟଲ୍‌ରେ ପାରମ୍ପରିକ ଭାବେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି । ଶପଥ ଗ୍ରହଣ ପରେ ସମାରୋହକୁ ସମ୍ବୋଧିତ କରିବା ସହ ଦିନବ୍ୟାପୀ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

EAM Jaishankar To Attend Swearing in Ceremony Of Donald Trump | Argus News