Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୁଗଲ୍ ମିଟ୍‌ ବେଳେ କାନ୍ଦିଲେ କର୍ମଚାରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

National

ଗୁଗଲ୍ ମିଟ୍‌ ବେଳେ କାନ୍ଦିଲେ କର୍ମଚାରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ଗୁଗଲ୍ ମିଟ୍‌ ବେଳେ କାନ୍ଦିଲେ କର୍ମଚାରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

ଅର୍ଗସ ବ୍ୟୁରୋ : ୧୫ ଘଣ୍ଟା ଅଫିସରେ ଖଟାଉଥିଲେ । ନା କୌଣସି ଟ୍ରେନିଂ ଦିଆଯାଉଥିଲା, ନା ଭଲ ବ୍ୟବହାର କରାଯାଉଥିଲା । ସୋସିଆଲ ମିଡିଆରେ ନିଜ କମ୍ପାନୀ ଏବଂ କମ୍ପାନୀର ସହ ସଂସ୍ଥାପକଙ୍କ ନାଁରେ ଏପରି ଶେୟାର କରିଛନ୍ତି ଜଣେ କର୍ମଚାରୀ । ଯାହା ଖୁବ ଭାଇରାଲ ହେବାରେ ଲାଗିଛି । କର୍ମଚାରୀ ଜଣକ ରେଡ୍ଡିଟ୍‌ରେ ଏପରି ପୋଷ୍ଟ କରିଛନ୍ତି । ରେଡ୍ଡିଟ କର୍ମଚାରୀ ମାନଙ୍କ ପାଇଁ ଏପରି ଏକ ୱେବସାଇଟ, ଯେଉଁଥିରେ କର୍ମଚାରୀମାନେ ନିଜର କମ୍ପାନୀ, ନିଜର ଅଭଜ୍ଞତା, ନିଜର ସଂଘର୍ଷ ଉପରେ ଶେୟାର କରିଥାନ୍ତି ।


ତେବେ ଗତ କିଛିଦିନ ତଳେ ଜଣେ କର୍ମଚାରୀ ନିଜର ଟକ୍ସିକ ୱାର୍କପ୍ଲେସ ଉପରେ ଏକ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ସେ ନିଜର କର୍ମକ୍ଷେତ୍ର ଏବଂ ତାଙ୍କ କମ୍ପାନୀର ଜଣେ ସହ ସଂସ୍ଥାପକଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ ଏହା ମଧ୍ୟ ଲେଖିଥିଲେ ଯେ, ତାଙ୍କୁ ଅଫିସରେ ଏପରି ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା, ସେ ବାଧ୍ୟ ହୋଇ କାନ୍ଦିବାକୁ ଲାଗିଥିଲେ । ସେ ଲେଖିଥିଲେ, ଏକ ଗୁଗଲ୍‌ ମିଟ୍‌ ରେ ସେ ଜଣେ ଟେକ୍ନିସିଆନ ଲିଡ୍‌ଙ୍କ ସମ୍ମୁଖରେ ନିଜ କାନ୍ଦ ଅଟକାଇ ପାରିନଥିଲେ , କାନ୍ଦିବାକୁ ଲାଗିଥିଲେ । କାରଣ , ତାଙ୍କର ଲିଡ୍ ତାଙ୍କୁ ଖୁବ ଖରାପ ବ୍ୟବହାର କରିଥିଲେ । ସେହି କମ୍ପାନୀରେ ୨ ଜଣ କର୍ମଚାରୀ, ୩ ଜଣ ସହ ସଂସ୍ଥାପକ କାମ କରନ୍ତି । ତାଙ୍କୁ ସେହି କମ୍ପାନୀରେ ୧୨ ଘଣ୍ଟା, କେବେ କେବେ ୧୪ ରୁ ୧୫ ଘଣ୍ଟା କାମ କରିବାକୁ ପଡୁଥିଲା । ଏଥିପାଇଁ ନା ତାଙ୍କୁ ପ୍ରଶଂସା କରାଯାଉଥିଲା , ନା ତାଙ୍କୁ ଭଲ ବ୍ୟବହାର କରାଯାଉଥିଲା ।

i cried on google meet in front of tech lead, do not know how to face it now
byu/MoveTraditional2588 indevelopersIndia


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କମ୍ପାନୀ ତରଫରୁ ତାଙ୍କୁ ଆଦୌ ସପୋର୍ଟ ମିଳୁନଥିଲା କି କୌଣସି ଟ୍ରେନିଂ ମଧ୍ୟ ଦିଆଯାଉନଥିଲା । ଏପରିକି ତାଙ୍କୁ ଏତେ ଖରାପ ବ୍ୟବହାର କରାଯାଉଥିଲା, ସେ କାନ୍ଦିବାକୁ ଲାଗିଥିଲେ । ଏବଂ ଗୁଗଲ୍‌ ମିଟ୍‌ ପରେ ୫ , ୬ ଘଣ୍ଟାର ବ୍ରେକ୍‌ ନେବାପାଇଁ କହିଥିଲେ । ତେବେ କର୍ମଚାରୀ ଜଣକଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆର ଅନେକ ୟୁଜର୍ସ ତାଙ୍କୁ ସହାନୁଭୂତି ଦେଖାଇଛନ୍ତି। ଅନେକ ଜଣ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଯିଏ କାନ୍ଦନ୍ତି, ତାର ଅର୍ଥ ନୁହେଁ ସେ ଦୁର୍ବଳ । ବରଂ କାନ୍ଦିବାକ ଦ୍ବାରା ମନ ହାଲକା ହୋଇଯାଇଥାଏ ।


ଦେହ ଏବଂ ମନ ସୁସ୍ଥ ରହିଥାଏ । ତୁମର କାନ୍ଦିବା ଦେଖିବା ପରେ ସେହି ବ୍ୟକ୍ତି ଜଣକ ତୁମକୁ ବୁଝିଯିବା ଉଚିତ । ତୁମେ ଆଦୌ ବ୍ୟସ୍ତ ହୁଅନି ତୁମେ ଜଣେ ସାହାସୀ ବ୍ୟକ୍ତି । ସେହିପରି ଆଉ ଜଣେ କହିଛନ୍ତି, "ଖୁବଶୀଘ୍ର ସେହି କମ୍ପାନୀ ଛାଡିଦିଅନ୍ତୁ, ତୁମକୁ ଆହୁରି ଭଲ କମ୍ପାନୀ ମିଳିଯିବ" ।

Sponsored
Employee cries during Google Meet, employees shares his toxic workplace | Argus News