Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଫାଦର୍ସ ଡେ ରେ, ଜଣେ ବାପାଙ୍କ ଶେଷ ଉଡ଼ାଣ...

Sudeshna Mishra
Browse all articles by Sudeshna Mishra
·1 year ago·3 min read
ଫାଦର୍ସ ଡେ ରେ, ଜଣେ ବାପାଙ୍କ ଶେଷ ଉଡ଼ାଣ...

Key Points

ସାରା ଦୁନିଆରେ ପିଲାମାନେ ଯେତେବେଳେ ଫାଦର୍ସ ଡେ ରେ, ନିଜ ବାପାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ବ୍ୟକ୍ତ କରୁଥିଲେ, ସେହି ସମୟରେ ରାଜସ୍ଥାନ ଜୟପୁରର ଶାସ୍ତ୍ରୀ ନଗରରେ ଜଣେ ବାପାଙ୍କ ଶେଷ ଉଡ଼ାଣର ଖବର ଆସିଲା


କେଦାରନାଥର ଘଂଚ ଜଙ୍ଗଲ ଭିତରେ ହୋଇଥିବା ହେଲିକପ୍ଟର କ୍ରାସ ରେ ଜୟପୁରର ପାଇଲଟ୍‌ ରାଜବୀର ସିଂହଙ୍କ ଜୀବନ ଚାଲିଯାଇଛି


ପରିବାରରେ ଏପଟେ ଖୁସିର ମାହୋଲ ଥିଲା


ହେଲେ ବିଧିର ବିଧାନ ଥିଲା କିଛି ଅଲଗା ଏହି ବାପା ଆଉ ତାଙ୍କ ପିଲାଙ୍କ ପାଇଁ

ସାରା ଦୁନିଆରେ ପିଲାମାନେ ଯେତେବେଳେ ଫାଦର୍ସ ଡେ ରେ, ନିଜ ବାପାଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ବ୍ୟକ୍ତ କରୁଥିଲେ, ସେହି ସମୟରେ ରାଜସ୍ଥାନ ଜୟପୁରର ଶାସ୍ତ୍ରୀ ନଗରରେ ଜଣେ ବାପାଙ୍କ ଶେଷ ଉଡ଼ାଣର ଖବର ଆସିଲା।କେଦାରନାଥର ଘଂଚ ଜଙ୍ଗଲ ଭିତରେ ହୋଇଥିବା ହେଲିକପ୍ଟର କ୍ରାସ ରେ ଜୟପୁରର ପାଇଲଟ୍‌ ରାଜବୀର ସିଂହଙ୍କ ଜୀବନ ଚାଲିଯାଇଛି।


ପରିବାରରେ ଏପଟେ ଖୁସିର ମାହୋଲ ଥିଲା, ଯାଆଁଳା ଶିଶୁଙ୍କ ପୂଜା ଥିବା ବେଳେ, ରାଜବୀରଙ୍କ ବାପା-ମାଙ୍କର ବି ୫୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଘରେ ଥିଲା ଉତ୍ସବର ପରିବେଶ। ଆଉ ଦିନ କେଇଟା ପରେ ତାଙ୍କ ଯାଁଆଳା ପୁଅଙ୍କର ଜନ୍ମଦିନ ପାଳିଥାନ୍ତେ ବାପା କିନ୍ତୁ ଫାଦର୍ସ ଡେ ରେ ହିଁ ନିଜ ପିଲାଙ୍କୁ ଏକା କରି ଛାଡ଼ିଗଲେ ବାପା,ରାଜବୀର। Lieutenant Colonel (retired) Rajveer Singh Chauhan ତାଙ୍କ ଯମଜ ଶିଶୁଙ୍କ ପାଇଁ ରାଜସ୍ଥାନୀ ରିତି-ନିତିରେ ଜନ୍ମଦିନ ପାଳନ କରିବା ପାଇଁ ପହଂଚିଥାନ୍ତେ ନିଜ ପିଲାଙ୍କ ପାଖକୁ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା ଏହି ବାପା ଆଉ ତାଙ୍କ ପିଲାଙ୍କ ପାଇଁ।


ରାଜବୀରଙ୍କ ବାପା ଗୋବିନ୍ଦ ଚୌହାନଙ୍କ କହିବା କଥା ବିବାହର ୧୪ବର୍ଷ ପରେ ରାଜବୀର ଯମଜ ସନ୍ତାନ ମାନଙ୍କ ଜନକ ହୋଇଥିଲେ, କିନ୍ତୁ ଏହି ରାଜା ଜନକଙ୍କୁ ବନବାସ ଭଳି କଠୋର ଦଣ୍ଡ ନିୟତି ପକ୍ଷରୁ ମିଳିଳା ବୋଧେ, ସେଥିପାଇଁ ତ ନିଜ ଯାଆଁଳା ପିଲାଙ୍କୁ ୨୦ ଦିନ ପୂର୍ବରୁ, ଦେଖା କରି ଡ୍ୟୁଟିକୁ ଫେରିଥିଲ‌େ, ଓ କେବଳ ୧୫ଦିନ ପରେ ହିଁ ପିଲାଙ୍କ ଜଲଓ୍ବା ପୂଜନ(ଯାହାକୁ ରାଜସ୍ଥାନୀ ରୀତିନୀତି ନବଜାତ ପିଲାଙ୍କ ପାଇଁ ରଖାଯାଉଥିବା ଏକ ପୂଜା କରାଯାଏ) ସେଥିରେ ମଧ୍ୟ ଯୋଗ ଦେବା ପାଇଁ ଆଉ ସେ ଏହି ଦୁନିଆରେ ରହି ପାରିଲେ ନାହିଁ ।


Lt Col (ret) Rajveer,Indian Air Forceରେ କ୍ୟାପଟେନ ଭାବେ ନିଜ ୧୪ବର୍ଷ ସେନାକୁ ନିଜ ସେବା ପ୍ରଦାନ କରିବା ପରେ ୧ବର୍ଷ ପୂର୍ବେ ହିଁ ରିଟାୟର ହୋଇଥିଲେ। ଯାହା ପରେ ଏକ ପ୍ରାଇଭେଟ ହେଲିକପ୍ଟର ସେବା ପ୍ରଦାନକାରି ସଂସ୍ଥାରେ ଗତ ଅକ୍ଟୋବରକୁ ଦେହରାଦୁନରେ ଦାୟିତ୍ବ ଗ୍ରହଣ କରିଥିଲେ। କିନ୍ତୁ ଏବେ ଘରର ସବୁ କୋଣ-ଅନୁକୋଣ ଦୁଖ ସାଗରରେ ବୁଡ଼ିଛି। ରାଜବୀରଙ୍କ ମା ସୋନା କଓ୍ବଂରଙ୍କୁ ଏବେ ଯାଏଁ ପୁଅର ମୃତ୍ୟୁ ଖବର ଦିଆ ଯାଇ ନଥିବା ବେଳେ କେବଳ ଏତିକି କୁହାଯାଇଛି ଯେ ପୁଅ ସାମାନ୍ୟ ଆହତ ହୋଇଛନ୍ତି।


ମାଁ ବହୁ ଥର କହୁଥାନ୍ତି ସେ ବହୁତ ଭଲ ପାଇଲଟ, ପୁଣି ଆହତ କେମିତି ହେଲା? ରାଜବୀରଙ୍କ ପରିବାର ମାଙ୍କୁ ସମ୍ଭାଳିବାରେ ଲାଗିଛନ୍ତି ଓ କହୁଛନ୍ତି ଯେ ସମସ୍ତେ ରାଜବୀରଙ୍କ ଭଲ-ମନ୍ଦ ପଚାରିବା ପାଇଁ ଆସୁଛନ୍ତି।ରାଜବୀରଙ୍କ ବଡ଼ ଭାଇ ଚନ୍ଦ୍ରବୀର ସିଂହ ଓ ଅନ୍ୟ ମାନେ ରବିବାର ସଂଧ୍ୟା ବେଳେ ଦେହରାଦୁନ ଗଲେ। ସେପଟେ ଶବକୁ ଚିହ୍ନିନପାରିବା ସ୍ଥିତିରେ ଡିଏନଏ ଟେଷ୍ଟ ବି କରାଯିବାର ବ୍ୟବସ୍ଥା ହୋଇଛି। ଡିଏନଏ ଟେଷ୍ଟରୁ ରାଜବୀର ପାର୍ଥିବ ଶରୀର ବୋଲି ପୁଷ୍ଟି ହେବା ପରେ ପରିବାର ସଦସ୍ୟକୁ ଶବ ହସ୍ତାନ୍ତର କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୁଚନା ଅନୁସାର, ୨୦ଦିନ ପୂର୍ବରୁ ହିଁ ରାଜବୀର ତାଙ୍କ ଯାଆଁଳା ଶିଶୁଙ୍କ ସହ ଦେଖା କରିବା ପାଇଁ ପହଂଚିଥିଲେ। ଆର୍ମିରୁ ରିଟାୟର ହେବା ପରେ ସେ ପ୍ରାଇଭେଟ ଏୟାରଲାଇନ୍ସରେ ପାଇଳଟ ଭାବେ କାମ ଆରମ୍ଭ କଲେ, ଯାହା ଦ୍ବାରା ସେ ପରିବାରକୁ ଅଧିକ ସମୟ ଦେଇ ପାରିବେ। ପିଲା ମାନଙ୍କ ସହ ଖେଳିଳା ବେଳେ ତାଙ୍କ ଆଖିରେ ବାପା ହେବାର ଗର୍ବ ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ରାଜବୀରଙ୍କ ପତ୍ନୀ ଦୀପିକା ଚୌହାନ ସେନାରେ ଲେଫଟ୍ ନେଣ୍ଟ କର୍ଣ୍ଣେଲ ଭାବେ କାର୍ଯ୍ୟରତ।୪ମାସ ପୂର୍ବରୁ ହି ଯାଆଁଳା ପିଲାଙ୍କ ଜନ୍ମ ହୋଇଥିଲା। ଓ ୩୦ ଜୁନକୁ ଜଲଓ୍ବା ପୂଜନ ଓ ବାପା ମାଙ୍କ ବିବାହ ବାର୍ଷିକୀ ପାଇଁ ସବୁ ପ୍ରକାର ଆୟୋଜନ କରାଯାଇଥିଲା।


ଗାର୍ଡେନ ବୁକ ହୋଇଥିଲା

ଡ୍ରେସ ବି ରେଡି ରହିଥିଲା

କିନ୍ତୁ ଫାର୍ଦସ ଡେ ର ସକାଳ ସବୁ କିଛି ପରିବର୍ତ୍ତନ କରିଦେଲା

ରାଜବୀରଙ୍କ ପରିବାରବର୍ଗ ତାଙ୍କୁ ଜଣେ ନମ୍ର, ମେଳାପି ଓ ପ୍ରେରଣାଦାୟୀ ସମ୍ପନ୍ନ ବ୍ୟକ୍ତିତ୍ବ ଭାବେ ମାନୁଥିଲେ। ପଡ଼ିଶାଙ୍କ କହିବା କଥା ଆମେ କେବଳ ଜଣେ ଦଷ ପାଇଲଟଙ୍କୁ ହରାଇ ନାହୁଁ ବରଂ ଜଣେ ଭଲ ମଣିଷ ଓ ଅସଲ ସାଥିଙ୍କୁ ସଦାବେଳ ପାଇଁ ହରାଇଲୁ।

ଯାଆଁଳା ଶିଶୁ ମାନେ ବାପା ଛେଉଣ୍ଡ ହୋଇଗଲେ, ତାଙ୍କ ମଥା ଉପରୁ ବାପାଙ୍କ ଆର୍ଶୀବାଦର ହାତ ସବୁ ବେଳ ପାଇଁ ହଟିଗଲା।


Sponsored
father-last-helicopter-ride-on-fathers-day | Argus News