Videos
|
National

ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ: ୧୦ ଏମ୍‌ପି ନିଲମ୍ବିତ

Ritu Das
Browse all articles by Ritu Das
·1 year ago·1 min read
ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ: ୧୦ ଏମ୍‌ପି ନିଲମ୍ବିତ

ଅର୍ଗସ ବ୍ୟୁରୋ: ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍‌ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ, ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ। ଆଜି ଭାଜପା ଏମ୍‌ପି ଜଗଦମ୍ବିକା ପାଲଙ୍କ ନେତୃତ୍ୱାଧୀନ ଜେପିସି କଶ୍ମୀରର ମୀରୱାଇଜ ଉମର ଫାରୁକଙ୍କ ନେତୃତ୍ୱାଧୀନ ପ୍ରତିନିଧିମଣ୍ଡଳୀଙ୍କ ମତ ଶୁଣିବାର ଥିଲା।


ବୈଠକରେ ହଟ୍ଟଗୋଳ ପରେ ୱାକଫ ସଂଶୋଧନ ବିଲ ୨୦୨୪ ଉପରେ ମିଳିତ ସଂସଦୀୟ କମିଟି ବୈଠକରୁ ସମସ୍ତ ୧୦ଜଣ ବିରୋଧୀ ଏମ୍‌ପିଙ୍କୁ ଦିନକ ପାଇଁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ବିରୋଧୀ ସାଂସଦମାନଙ୍କ ମଧ୍ୟରେ କଲ୍ୟାଣ ବାନାର୍ଜୀ, ମହମ୍ମଦ ଜାଭେଦ, ଏ ରାଜା, ଅସଦୁଦ୍ଦିନ ଓୱେସି, ନାସିର ହୁସେନ, ମୋହିବୁଲ୍ଲା, ଏମ ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦୀମୁଲ ହକ, ଇମ୍ରାନ ମାସୁଦ ଅନ୍ତର୍ଭୁକ୍ତ। ଭାରତୀୟ ଜନତା ପାର୍ଟିର ଏମ୍‌ପି ନିଶିକାନ୍ତ ଦୁବେ ବିରୋଧୀ ସଦସ୍ୟମାନଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ କମିଟି ଦ୍ୱାରା ଗ୍ରହଣ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fierce row in Parliamentary committee meeting: 10 MPs suspended | Argus News