ପରପାରିରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା

ଅର୍ଗସ ବ୍ୟୁରୋ: ଅର୍ଗସ ବ୍ୟୁରୋ: ୮୭ରେ ଫାଷ୍ଟ କ୍ଲାସରେ ପାସ୍ କଲେ, ୪ ଥର ମୁଖ୍ୟମନ୍ତ୍ରୀ ଥିଲେ ।ପରପାରିରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା । 89 ବର୍ଷ ବୟସରେ ଦିଲ୍ଲୀ ଗୁରୁଗ୍ରାମସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି ।
ସେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ମୁଖ୍ୟ ଥିଲେ । ଶେଷଥର ପାଇଁ ସେ ୨୦୦୫ରେ ରୋଡ଼ି ବିଧାନସଭାରୁ ନିର୍ବାଚନ ଲଢ଼ିଥିଲେ । ଚୌଟାଲାଙ୍କ ପରିବାର ହିସାରର ମୂଳବାସିନ୍ଦା । ଏହି ଅଞ୍ଚଳ ଜାଠ ବହୁଳ । ଏହାକୁ ଜାଠ ମାନଙ୍କ ଗଡ଼ ବୋଲି କୁହାଯାଏ । ହରିୟାଣା ରାଜନୀତିରେ ସବୁବେଳେ ଜାଠ୍ ମାନଙ୍କ ଦବଦବା ରହିଆସିଛି। ରାଜ୍ୟରେ ପାଖାପାଖି ୨୬ରୁ ୨୮ ପ୍ରତିଶତ ଜାଠ ରହିଛନ୍ତି । ସେମାନଙ୍କର ପ୍ରଭାବ ୩୬ ବିଧାନସଭା ଉପରେ ରହିଛି । ସେହି ଅନୁସାରେ ହରିୟାଣାରେ ଓମପ୍ରକାଶଙ୍କ ଦବଦବା ସ୍ପଷ୍ଟ ଅନୁମେୟ ।
ଓମ୍ ପ୍ରକାଶଙ୍କୁ ବିରାସତରେ ମିଳିଥିଲା ସତ୍ତା
ହରିୟାଣା ରାଜନୀତି ସହ ଦେଶର ରାଜନୀତିରେ ଖୁବ୍ ପ୍ରଭାବୀ ଥିଲେ ଓମପ୍ରକାଶଙ୍କ ବାପା ଚୌଧୁରୀ ଦେବୀଲାଲ ତାଉ । ସେ ଦେଶର ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ରହିଥିଲେ । ଦେବୀଲାଲଙ୍କ ୫ ସନ୍ତାନ ଥିଲେ । ସେଥିମଧ୍ୟରୁ ୪ ଜଣ ପୁଅ । ଆଉ ବଡ଼ ପୁଅ ହେଉଛନ୍ତି ଓମ୍ ପ୍ରକାଶ ଚୌଟାଲା । ଅନ୍ୟମାନେ ହେଲେ ପ୍ରତାପ ଚୌଟାଲା, ରଣଜିତ ସିଂହ ଓ ଜଗଦିଶ ଚୌଟାଲା ।
📱 Get Argus News App
✨ବାପା ଉପ ପ୍ରଧାନମନ୍ତ୍ରୀ ହେବା ପରେ ଓମପ୍ରକାଶ ହରିୟାଣାରେ ବାପାଙ୍କ ରାଜଗାଦୀ ସମ୍ଭାଳିଲେ । ଆଉ ମୁଖ୍ୟମନ୍ତ୍ରୀ ପଦରେ ବସିଲେ ସେ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୧ରେ ଯେତେବେଳେ ସେ ଲୋକସଭା ନିର୍ବାଚନ ହାରିଲେ ସେଇଠୁ ହିଁ ତାଙ୍କର ରାଜନୈତିକ ଯାତ୍ରା ଏକ ପ୍ରକାର ଶେଷ ହୋଇଯାଇଥିଲା । ପରେ ୧୯୯୯ରେ ବିଜେପି ହାତ ଧରି ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଓମ୍ପ୍ରକାଶ । ତାପରେ ସେ ନିର୍ବାଚନ ଜିତିଲେ ଆଉ ସରକାର ଗଠନ କଲେ । ସେବେଠାରୁ ୨୦୦୫ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଲେ । ୨୦୦୧ରେ ତାଙ୍କ ବାପା ଦେବୀଲାଲଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରାଜନୀତିରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ଓମପ୍ରକାଶ । ଆଉ ୪ଥର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ୮୭ ବର୍ଷ ବୟସରେ ଦଶମ-ଦ୍ବାଦଶ ପରୀକ୍ଷାରେ ପାସ।
ଓମ ପ୍ରକାଶ ଚୌଟାଲା ୮୭ ବର୍ଷ ବୟସରେ ଦଶମ ଓ ଦ୍ବାଦଶ ପରୀକ୍ଷା ଦେଇଥିଲେ । ଯାହାକି ସାରା ଦେଶରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ୮୭ ବୟସରେ ପରୀକ୍ଷା ଦେଇ ଫାଷ୍ଟ କ୍ଲାସରେ ପାସ୍ ମଧ୍ୟ ପାଇଥିଲେ । ସେ ୨୦୨୯ରେ ଦଶମ ପରୀକ୍ଷା ଦେଇଥିଲେ । କିନ୍ତୁ କୌଣସି କାରଣ ବସତଃ ଇଂରାଜୀ ପରୀକ୍ଷା ଦେଇପାରିନଥିଲେ । ଯାହଫଳରେ ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ ତାଙ୍କ ଦ୍ବାଦଶ ରେଜଲ୍ଟ ପ୍ରକାଶ କରିନଥିଲା । ପରେ ୨୦୨୧ରେ ସେ ଦଶମ ଇଂରାଜୀ ପରୀକ୍ଷା ଦେଇଥିଲେ ଆଉ ୮୮ ପ୍ରତିଶତ ମାର୍କ ରଖିଥିଲେ ।
ଚୌଟାଲାଙ୍କ ପରିବାର
ଓମ ପ୍ରକାଶ ଚୌଟାଲାଙ୍କ ଦୁଇଟି ପୁତ୍ର ସନ୍ତାନ ରହିଛନ୍ତି । ସେମାନେ ହେଲେ ଅଜୟ ଓ ଅଭୟ । ସେମାନଙ୍କର ମଧ୍ୟ ଦୁଇଟି ଲେଖାଏଁ ପୁତ୍ର ସନ୍ତାନ । ଅଜୟ ଚୌଟାଲାଙ୍କର ଦୁଇ ପୁଅ ହେଲେ ଦୃଶ୍ୟନ୍ତ ଓ ଦିଗବିଜୟ । ଉଭୟ ରାଜନୀତିରେ ଖୁବ ସକ୍ରିୟ । ସେହିଭଳି ଅଭୟ ଚୌଟାଲାଙ୍କ ଦୁଇ ପୁଅ ହେଲେ କର୍ଣ୍ଣ ଓ ଅର୍ଜୁନ । ଏମାନେ ମଧ୍ୟ ରାଜନୀତିରେ ଖୁବ୍ ସକ୍ରିୟ ରହିଛନ୍ତି।
ଚୌଟାଲାଙ୍କ ପରଲୋକ ଖବର ପାଇବା ପରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଦିଗ୍ଗଜ ନେତାମାନେ ଶୋକ ପ୍ରକାଶ କରିଛନ୍ତି ।ହରିୟାଣାରେ ଶୋକର ଛାୟା ଖେଳିଯାଇଛି ।