Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେବାର ଅବିରତ ଯାତ୍ରାରେ ପୁର୍ବତନ ଆଇପିଏସ୍ ଇନ୍ଦ୍ରଜୀତ ସିଂହ ସିଦ୍ଧୁ

Sudeshna Mishra
Browse all articles by Sudeshna Mishra
·11 months ago·2 min read
ସେବାର ଅବିରତ ଯାତ୍ରାରେ ପୁର୍ବତନ ଆଇପିଏସ୍ ଇନ୍ଦ୍ରଜୀତ ସିଂହ ସିଦ୍ଧୁ

Key Points

ବୟସର ଅପରାହ୍ନରେ ବି ସେବାର ଦୀପ ପ୍ରଜ୍ବଳିତ ରଖିଥିବା ଏହି ବ୍ୟକ୍ତି ଜଣଙ୍କ ଜଣେ ରିଟାୟର୍ଡ ଆଇପିଏସ ଅଫିସର


ଲୋକେ ରିଟାୟର୍ମେଣ୍ଟ ପରେ ଆରାମର ଜୀବନ ବିତାନ୍ତି, କିନ୍ତୁ ଚଣ୍ଡିଗଡ଼ର ପୂର୍ବତନ ଆଇପିଏସ୍ ଅଫିସର୍ ଇନ୍ଦ୍ରଜୀତ ସିଂହ ସିଦ୍ଧୁ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି


ସେବା କେବେ ବି ଅବସର ନିଏନାହିଁ । ଲକ୍ଷ୍ୟ କେବେ ବି ବୃଦ୍ଧ ହୁଏନାହିଁ। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କର ଏହି ଅପୂର୍ବ ପ୍ରେରଣାଦାୟୀ କାର୍ଯ୍ୟକୁ ସମ୍ମାନ ଜଣାଇ ଏକ୍ସରେ ଟ୍ବିଟ୍ କରିଛନ୍ତି


ସିଦ୍ଧୁଙ୍କ ଏହି ଉଦ୍ୟମ ପଛରେ ଅଛି ଏକ ଗଭୀର କାହାଣୀ...


"ସେବା କେବେ ବି ଅବସର ନିଏନାହିଁ । ଲକ୍ଷ୍ୟ କେବେ ବି ବୃଦ୍ଧ ହୁଏନାହିଁ। ଏହି ଶାନ୍ତ ଯୋଦ୍ଧାକୁ ମୋର ପ୍ରଣାମ। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କର ଏହି ଟ୍ବିଟ ସେତେବେଳେ ଚର୍ଚ୍ଚା ସାଉଁଟିଲା ଯେବେ ୮୮ ବର୍ଷ ବୟସର ଜଣେ ବୃଦ୍ଧଙ୍କୁ ଚଣ୍ଡିଗଡ଼ ରାସ୍ତାରେ ଭୋରରୁ ଅଳିଆ ଗୋଟାଉଥିବାର ସେ ଦେଖିବାକୁ ପାଇଲେ। ବୟସର ଅପରାହ୍ନରେ ବି ସେବାର ଦୀପ ପ୍ରଜ୍ବଳିତ ରଖିଥିବା ଏହି ବ୍ୟକ୍ତି ଜଣଙ୍କ କୌଣସି ସଫେଇ କର୍ମୀ ନୁହଁନ୍ତି, ବରଂ ସେ ହେଉଛନ୍ତି ଜଣେ ରିଟାୟର୍ଡ ଆଇପିଏସ ଅଫିସର।


ସାଧାରଣତଃ ଲୋକେ ରିଟାୟର୍ମେଣ୍ଟ ପରେ ଆରାମର ଜୀବନ ବିତାଇବାକୁ ଚାହାନ୍ତି, କିନ୍ତୁ ଚଣ୍ଡିଗଡ଼ର ପୂର୍ବତନ ଆଇପିଏସ୍ ଅଫିସର୍ ଇନ୍ଦ୍ରଜୀତ ସିଂହ ସିଦ୍ଧୁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସବୁଦିନ ସକାଳେ ସାଇକିଲ୍ ନେଇ ଚଣ୍ଡିଗଡ଼ ସେକ୍ଟର-୪୯ର ରାସ୍ତା ସଫା କରିବାକୁ ନିଷ୍ଠାରେ ବାହାରି ପଡନ୍ତି ସେ। ନିର୍ବିକାର ଭାବେ ଅଳିଆ ଗୋଟାଇବା ସମୟରେ, ତାଙ୍କୁ ଦେଖି କିଏ ବି ଭାବିପାରିବେ ନାହିଁ ଯେ ସେ ଜଣେ ପୁର୍ବତନ ବରିଷ୍ଠ ପୋଲିସ ଅଫିସର୍। ଦେଶସେବାର ନାହିଁ କୌଣସି ବୟସ ଯାହା ସାବ୍ୟସ୍ତ କରିଛନ୍ତି ରିଟାୟର୍ଡ ଆଇପିଏସ ଅଫିସର।



ସିଦ୍ଧୁଙ୍କ ଏହି ଉଦ୍ୟମ ପଛରେ ଅଛି ଏକ ଗଭୀର କାହାଣୀ। ୧୯୬୪ ବ୍ୟାଚର ଅଫିସର୍, ଚଣ୍ଡିଗଡ଼ର 'ସ୍ବଚ୍ଛ ସର୍ବେକ୍ଷଣ' ର୍ୟାଙ୍କିଂରେ ଦୁଃଖ ପ୍ରକାଶ କଲେ, କିନ୍ତୁ କୌଣସି ଅଭିଯୋଗ କଲେ ନାହିଁ ବରଂ ସହରକୁ ସଫା ସୁତୁରା ରଖିବାର ଦାୟିତ୍ବ ନିଜ ହାତକୁ ନେଲେ। କୌଣସି ସରକାରୀ ଯୋଜନା ବା ଅର୍ଥ ସାହାଯ୍ୟକୁ ଅପେକ୍ଷା କରିନଥିବା ସିଦ୍ଧୁ, ନିଜ ଆଖପାଖ ଅଂଚଳକୁ ସଫା ରଖିବା କାମରେ ଲାଗିପଡିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

"ସେବା କେବେ ବୃଦ୍ଧ ହୁଏନାହିଁ, ଲକ୍ଷ୍ୟ କେବେ ଜୀର୍ଣ୍ଣ ହୁଏନାହିଁ"

ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କର ଏହି ଅପୂର୍ବ ପ୍ରେରଣାଦାୟୀ କାର୍ଯ୍ୟକୁ ସମ୍ମାନ ଜଣାଇ ଏକ୍ସରେ ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି, "ପ୍ରତିଦିନ ସକାଳ ୬ଟାରେ, ଚଣ୍ଡିଗଡ଼ର ଶାନ୍ତ ରାସ୍ତାରେ ଏହି ୮୮ ବର୍ଷୀୟ ପୂର୍ବତନ ପୁଲିସ୍ ଅଫିସର୍, କେବଳ ଗୋଟିଏ ଠେଲା ଏବଂ ତାଙ୍କର କର୍ତ୍ତବ୍ୟବୋଧ ସହିତ, ଆସ୍ତେ-ଆସ୍ତେ ଚାଲି ରାସ୍ତାରେ ପଡିଥିବା ଅଳିଆ ଉଠାନ୍ତି।" ସେ ଆହୁରି ମଧ୍ୟ ଲେଖିଛନ୍ତି , "ସିଦ୍ଧୁଙ୍କୁ ସ୍ବଚ୍ଛ ସର୍ଭେକ୍ଷଣ ର୍ୟାଙ୍କିଂ ଭଲ ଲାଗିଲା ନାହିଁ, କିନ୍ତୁ ଅଭିଯୋଗ କରିବା ପରିର୍ବତ୍ତେ ନିଜେ ସଫେଇ କାର୍ଯ୍ୟ ଆରମ୍ଭ କରିଦେଲେ। ତାଙ୍କ ଦ୍ବାରା ଉଠାଯାଇଥିବା ପ୍ରତିଟି ଅଳିଆ ଏକ ପ୍ରେରଣାଦାୟକ ସନ୍ଦେଶ ଦେଉଛି । ସେବା କେବେ ବି ଅବସର ନିଏନାହିଁ। ଲକ୍ଷ୍ୟ କେବେ ବି ବୃଦ୍ଧ ହୁଏନାହିଁ। ଏହି ଶାନ୍ତ ଯୋଦ୍ଧାକୁ ମୋର ପ୍ରଣାମ।"


ସୋସିଆଲ୍ ମିଡ଼ିଆରେ ସିଦ୍ଧୁଙ୍କ ଏହି ଭିଡିଓ ବେଶ ପ୍ରଶଂସା ସାଉଁଟୁଛି। କିଛି ୟୁଜର ଲେଖନ୍ତି, "ପରିବର୍ତ୍ତନର ଶକ୍ତି ପଦବୀରୁ ନୁହେଁ, ହୃଦୟରୁ ଆସେ।" ଆଉ ଜଣେ ଲେଖିଛନ୍ତି, "ଏହା ଏକ ଦୃଷ୍ଟାନ୍ତ! ପ୍ରତି ସକାଳ ସେକ୍ଟର ୪୯ରେ ଲୋକେ ତାଙ୍କ ସହ ଯୋଗ ଦିଅନ୍ତୁ ଏବଂ ପରେ ନିଜ ନିଜ ଅଞ୍ଚଳରେ ଏହି ଅଭିଯାନକୁ ଆଗକୁ ବଢ଼ାନ୍ତୁ।" କିଛି ୟୁଜର ତାଙ୍କୁ ‘ସ୍ବଚ୍ଛ ଭାରତ ଅଭିଯାନ'ର ଅସଲ ଚେହେରା ଭାବେ ସମ୍ମାନ ଦେବାକୁ କହିଛନ୍ତି।


ଅନେକ ଏହିପରି ବ୍ୟକ୍ତିତ୍ବଙ୍କୁ ସରକାରୀ ସ୍ତରରେ ସମ୍ମାନିତ କରିବା ଏବଂ ତାଙ୍କର କାହାଣୀ ସ୍କୁଲ୍ ବହିରେ ପଢ଼ାଯିବା ଆବଶ୍ୟକ ବୋଲି ମତ ଦେଉଛନ୍ତି, ଯାହାଫଳରେ ଆଗାମୀ ପିଢି ସେବା ଏବଂ ସମର୍ପଣର ସୂତ୍ର ବୁଝିପାରିବ।


Sponsored
former-ips-officer-cleans-chandigarh-city | Argus News