ଆଜି ହେବ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର
·1 year ago

ଅର୍ଗସ ବ୍ୟୁରୋ: ଆଜି ହେବ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର । ଶେଷ ରୀତିନୀତି ଦିଲ୍ଲୀର ନିଗମବୋଧ ଘାଟରେ ଅନୁଷ୍ଠିତ ହେବ। ଆଜି ସକାଳ ୮ଟାରୁ ୧୦ଟା ମଧ୍ୟରେ ମନମୋହନ ସିଂଙ୍କ ମୃତଦେହ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ ପାଇଁ ରଖାଯିବ। କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ବଡ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷ ଯାତ୍ରା କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ। ପରେ ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ହେବା ନେଇ ସୂଚନା ମିଳିଛି ।
ଶେଷ ରୀତିନୀତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ମନ୍ତ୍ରୀ ନିଗମବୋଧ ଘାଟରେ ପହଞ୍ଚିବା ନେଉ ସୂଚନା ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର: