ଚିନ୍ତାରେ ଗ୍ରାହକ, ପୁଣି ବଢ଼ିଲା ସୁନା ଓ ରୂପା ଦର

ଅର୍ଗସ ବ୍ୟୁରୋ: ପୁଣି ବଢ଼ିଲା ସୁନା ଓ ରୂପା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ସୋମବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦରରେ ୭୮୭ ଟଙ୍କା ବୃଦ୍ଧି ସହ ୭୬,୧୬୪ ଟଙ୍କାକୁ ପହଞ୍ଚି ଯାଇଛି। ସୁନା ଓ ରୂପା ଦର କିଛି ସମୟର ହ୍ରାସ ପରେ ପୁଣି ବଢିବା ଆରମ୍ଭ କରିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ଦର ୭୧ ହଜାର ଟଙ୍କାରେ କିଣାବିକା ହେଉଥିବା ବେଳେ ୨୪ କ୍ୟାରେଟ ସୁନା ୭୭,୪୫୦ ଟଙ୍କା ହୋଇଯାଇଛି। କୋଲକାତାରେ ଦର ମୁମ୍ବାଇ ସହିତ ସମାନ ଥିବା ବେଳେ ଚେନ୍ନାଇରେ ଦର ମଧ୍ୟ ସମାନ ରହିଛି। ଆଇବିଜେଏ ଅନୁସାରେ ଚଳିତବର୍ଷ ଏପର୍ଯ୍ୟନ୍ତ ସୁନା ୧୦ ଗ୍ରାମ ପିଛା ଦର ୧୨,୮୧୨ଟଙ୍କା ମହଙ୍ଗା ହେଲାଣି। ସେହିପରି ରୂପା ମୂଲ୍ୟ ୨,୨୬୭ ଟଙ୍କା ବଢିଛି। ୧ ଜାନୁୟାରୀ ୨୦୨୪ରେ ସୁନା ୧୦ଗ୍ରାମ ପିଛା ଦର ୬୩,୩୫୨ଟଙ୍କା ଥିଲା।
ଶୁକ୍ରବାର ରୂପା କେଜି ପିଛା ଦର ୮୫,୧୩୩ ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୩୦ ତାରିଖ ଦିନ ସୁନା ନିଜର ସର୍ବକାଳୀନ ଉଚ୍ଚତମ ସ୍ତର ୭୯,୬୮୧ ଟଙ୍କା ପ୍ରତି ୧୦ ଗ୍ରାମକୁ ପହଞ୍ଚିଥିଲା। ସେହିପରି ରୂପା ଅକ୍ଟୋବର ୨୩ ତାରିଖ ଦିନ କେଜି ପିଛା ୯୯,୧୫୧ ଟଙ୍କାକୁ ପହଞ୍ଚିଥିଲା। ରାଜଧାନୀ ଦିଲ୍ଲୀରେ ସୋମବାର ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୧,୧୫୦ ଟଙ୍କାରେ କାରବାର ହେଉଥିବା ବେଳେ ୨୪ କ୍ୟାରେଟ୍ ସୁନା ୭୭,୬୦୦ ଟଙ୍କାରେ ବିକାକିଣା ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: