Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫ୍ରି ଷ୍ଟାଇଲ ଚେସ ଗ୍ରାଣ୍ଡସ୍ଲାମରେ ଭାଗ ନେବେ ବିଶ୍ୱ ଚାମ୍ପିୟନ୍ ଡି. ଗୁକେଶ

National

ଫ୍ରି ଷ୍ଟାଇଲ ଚେସ ଗ୍ରାଣ୍ଡସ୍ଲାମରେ ଭାଗ ନେବେ ବିଶ୍ୱ ଚାମ୍ପିୟନ୍ ଡି. ଗୁକେଶ

Banajyotshna Ray
Browse all articles by Banajyotshna Ray
·1 year ago
ଫ୍ରି ଷ୍ଟାଇଲ ଚେସ ଗ୍ରାଣ୍ଡସ୍ଲାମରେ ଭାଗ ନେବେ ବିଶ୍ୱ ଚାମ୍ପିୟନ୍ ଡି. ଗୁକେଶ

ଅର୍ଗସ ବ୍ୟୁରୋ:  ବିଶ୍ବ ଚାମ୍ପିୟନ୍ ଡି. ଗୁକେଶ ଫ୍ରି ଷ୍ଟାଇଲ ଚେସ ଗ୍ରାଣ୍ଡସ୍ଲାମରେ ଭାଗ ନେବେ । ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଗୁକେଶଙ୍କ ସହ ପୂର୍ବତନ ବିଶ୍ବ ଚାମ୍ପିୟନ ମ୍ୟାଗନସ କାର୍ଲସନ୍ ଓ ବିଶ୍ବନାଥନ୍ ଆନନ୍ଦ ମଧ୍ୟ ଖେଳିବେ । ପ୍ରଥମଥର ପାଇଁ ଗୁକେଶ ତାଙ୍କ ଚେସ୍ ଗୁରୁ ବିଶ୍ବନାଥନ ଆନନ୍ଦଙ୍କ ସହ ଏଭଳି ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଛନ୍ତି । ମାତ୍ର ୧୮ ବର୍ଷ ବୟସରେ ବିଶ୍ବ ଚାମ୍ପିୟନ ହୋଇଥିବା ଗୁକେଶ ପୂର୍ବତନ ବିଶ୍ବ ଚାମ୍ପିୟନ ବିଶ୍ବ ନାଥନ ଆନନ୍ଦଙ୍କ ଠାରୁ ତାଲିମ ନେଉଛନ୍ତି । ଆସନ୍ତା ଫେବୃଆରୀ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଜର୍ମାନୀରେ ଫ୍ରିଷ୍ଟାଇଲ୍ ଚେସ୍ ଗ୍ରାଣ୍ଡସ୍ଲାମ ଟୁରରେ ଭାଗ ନେବେ । ନିକଟରେ ଶେଷ ହୋଇଥିବା ବିଶ୍ବ ଚେସ ଚାମ୍ପିୟନଶିପରେ ଡିଙ୍ଗ ଲିରେନଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ ଡି. ଗୁକେଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gukesh will participate in the Freestyle Chess Grand Slam Tour | Argus News