Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

Ritu Das
Browse all articles by Ritu Das
·1 year ago
କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଗତ ନଭେମ୍ବରରେ ଚିହ୍ନଟ ପରେ ହସ୍ପିଟାଲରେ ସୁସ୍ଥ ଥିବା ସୂଚନା ମିଳିଛି। ଏହାକୁ ମିଶାଇ HMPV ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।


କର୍ନାଟକରେ ୨ HMPV ସଂକ୍ରମିତ ଚିହ୍ନଟ ପରେ କର୍ନାଟକ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6-month-old child infected with HMPV in Kolkata | Argus News