Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ତ୍ରୀଙ୍କୁ ବାନ୍ଧି ଏସିଡ ଢାଳିଲା ସ୍ବାମୀ

Ritu Das
Browse all articles by Ritu Das
·1 year ago
ସ୍ତ୍ରୀଙ୍କୁ ବାନ୍ଧି ଏସିଡ ଢାଳିଲା ସ୍ବାମୀ

ଅର୍ଗସ ବ୍ୟୁରୋ: ରାଜସ୍ଥାନର କୋଟାସ୍ଥିତ ମହାବୀର ନଗର ଅଞ୍ଚଳରେ ସୁନୀତ ଦୀକ୍ଷିତ(୫୦) ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ମମତା ଗୌଡ଼ଙ୍କୁ ରବିବାର ମାଡ଼ ମାରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସୁନୀତ ମମତାଙ୍କ ଉପରେ ଏସିଡ୍‌ ପକାଇ ତାଙ୍କୁ ଘରର ଏକ କୋଠରି ମଧ୍ୟରେ ତାଲା ପକାଇ ଫେରାର ହୋଇଯାଇଥିଲେ। କିଛିଘଣ୍ଟା ପରେ ମମତାଙ୍କ ଶ୍ୱଶୁର ଘରକୁ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଶରୀରର ବହୁ ଅଂଶ ପୋଡ଼ିଯାଇଥିବାରୁ ସେ ମମତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


ମମତା ସଓ୍ବାଇ ମାଧୋପୁର ଜିଲା ବାଲୋରର ଅଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କୁ ସୁନୀତଙ୍କଠାରୁ ଅଲଗା ରହିବାକୁ ପଡ଼ୁଥିଲା, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Husband tied wife and poured acid on her | Argus News