Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୦୨୪ର ଶେଷ `ମନ କୀ ବାତ'ରେ ପ୍ରଧାନମନ୍ତ୍ରୀ କହିଲେ ଚାଷୀଙ୍କ କଥା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୨୦୨୪ର ଶେଷ `ମନ କୀ ବାତ'ରେ ପ୍ରଧାନମନ୍ତ୍ରୀ କହିଲେ ଚାଷୀଙ୍କ କଥା

Key Points

୨୦୨୪ର ଶେଷ `ମନ କୀ ବାତ'ରେ ପ୍ରଧାନମନ୍ତ୍ରୀ କହିଲେ ଚାଷୀଙ୍କ କଥା
କଳାହାଣ୍ଡିର ଚାଷୀଙ୍କୁ ମୋଦିଙ୍କ ପ୍ରଶଂସା
ପରିବା ଚାଷ କରି ସମୃଦ୍ଧ ଗୋଲାମୁଣ୍ଡାର ଚାଷୀ ଓ ସ୍ଥାନୀୟ ଅର୍ଥନୀତି
FPOର ପ୍ରଚାର ସହ କଳାହାଣ୍ଡିର ଚାଷକୁ `ସବୁଜ କ୍ରାନ୍ତି'ର ଆଖ୍ୟା ଦେଲେ PM ମୋଦି
ଯେଉଁ ଜିଲ୍ଲାକୁ କୁହାଯାଉଥିଲା ଭୋକର ଭୂଗୋଳ, ଏବେ ସେଠାରେ କୃଷିର ବିପ୍ଳବ
ଅଞ୍ଚଳର ବିକାଶ ସହ କଳାହାଣ୍ଡିର ବ୍ୟକ୍ତିଙ୍କୁ ମିଳୁଛି ଜାତୀୟ ସମ୍ମାନ

ଅର୍ଗସ ବ୍ୟୁରୋ:  ଭୋକର ଭୂଗୋଳରୁ ସବୁଜ କ୍ରାନ୍ତି । କଳାହାଣ୍ଡିର ପରିଚୟ ବଦଳାଇବାରେ ସଫଳ ହୋଇଛନ୍ତି ଚାଷୀ । ବର୍ଷର ଶେଷ ମନ କୀ ବାତରେ କଳାହାଣ୍ଡିର ପରିବା ଚାଷୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଦେଶବାସୀଙ୍କୁ ସଫଳ ଓଡ଼ିଆ ଚାଷୀଙ୍କ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦିନେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ମାଟିର ଚାଷୀ ଏବେ ସ୍ଥାନୀୟ ଅର୍ଥନୀତିକୁ ବଡ଼ ଶକ୍ତି ଯୋଗାଉଥିବା କହିଛନ୍ତି ମୋଦି।

ମାତ୍ର ୧୦ ଜଣ କୃଷକଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା FPO । ଏବେ ଗୋଲାମୁଣ୍ଡା କୃଷକ ସଂଘରେ 45 ମହିଳା ଚାଷୀଙ୍କ ସମେତ ୨୦୦ରୁ ଅଧିକ କୃଷକ ସବୁଜ କ୍ରାନ୍ତି ସୃଷ୍ଟି କରି ଦେଶର ଚାଷୀଙ୍କୁ ଯୋଗାଉଛନ୍ତି ପ୍ରେରଣା । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ୨୦୦ ଏକର ଜମିରେ ଟମାଟୋ, ୧୫୦ ଏକର ଜମିରେ କଲରା ଚାଷ କରି ସଫଳ ହୋଇଛନ୍ତି ଗୋଲାମୁଣ୍ଡାର ଚାଷୀ । ରାଜ୍ୟ ବାହାରକୁ ପରିବା ରପ୍ତାନୀ କରି ବାର୍ଷିକ ପ୍ରାୟ ଦେଢ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି କଳାହାଣ୍ଡିର ଚାଷୀ । ଯାହା ସ୍ଥାନୀୟ ଅର୍ଥନୀତିକୁ ଯୋଗାଉଛି ବଡ଼ ଶକ୍ତି । ଏବେ ଅଞ୍ଚଳର ବିକାଶ ହେବା ସହ ଜିଲ୍ଲାର ବ୍ୟକ୍ତିଙ୍କୁ ମିଳୁଛି ପଦ୍ମଶ୍ରୀ ସମେତ ବିଭିନ୍ନ ଜାତୀୟ ସମ୍ମାନ । ଫଳରେ ବଦଳୁଛି କଳାହାଣ୍ଡିରେ ପରିଚୟ ।


ମନ୍ କି ବାତ୍ ର ୧୧୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବିଧାନକୁ ୭୫ ବର୍ଷ ପୂରଣ, ରାଜ କପୁରଙ୍କ ଜୟନ୍ତୀ ଉତ୍ସବ, WAVES ସମିଟ, ପ୍ରୟାଗରାଜରେ କୁମ୍ଭମେଳା ଆୟୋଜନର ବିଶେଷତା ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ଆସନ୍ତାବର୍ଷ ୨୬ ଜାନୁଆରୀ ଯାଏ ଦେଶର ସମ୍ବିଧାନକୁ ନେଇ ମତାମତ ଦେବାକୁ ଦେଶବାସୀଙ୍କୁ ମନ କୀ ବାତରେ ଆହ୍ବାନ ଦେଇଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
In the last 'Mann Ki Baat' of 2024, the Prime Minister spoke about farmers | Argus News