Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 2026ରେ ଭାରତ ହେବ 5 ଟ୍ରିଲିଅନ ଡଲାର ଅର୍ଥନୀତି- ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ

National

2026ରେ ଭାରତ ହେବ 5 ଟ୍ରିଲିଅନ ଡଲାର ଅର୍ଥନୀତି- ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ

Smruti Parija
Browse all articles by Smruti Parija
·2 years ago·1 min read
2026ରେ ଭାରତ ହେବ 5 ଟ୍ରିଲିଅନ ଡଲାର ଅର୍ଥନୀତି- ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ

ଅର୍ଗସ ବ୍ୟୁରୋ:  2026 ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହି ଆକଳନ କରିଛନ୍ତି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା। ଆସନ୍ତା ୩ ବର୍ଷ ମଧ୍ୟରେ ଜର୍ମାନୀ କିମ୍ବା ଜାପାନ ଅର୍ଥନୀତିର ଆକାର ୫ ଟ୍ରିଲିଅନ ଡଲାର ଟପିବା ସମ୍ଭାବନା ନଥିବା ସେ କହିଛନ୍ତି । 

ଏହାସହ ପାନାଗାରିୟା କହିଛନ୍ତି ୨୦୨୬ରେ ଭାରତ ୫ ଟ୍ରିଲିଅନ ଡଲାର ଏବଂ ୨୦୨୭ରେ ୫.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବ । ଏହାର ଅର୍ଥ, ଆଶା କରାଯାଉଛି ଯେ 2026 ଶେଷ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବ । ଅଷ୍ଟାଦଶ ସି ଡି ଦେଶମୁଖ ସ୍ମାରକୀ ବକ୍ତୃତା ଦେବା ଅବସରରେ ଏହା କହିଛନ୍ତି ପାନଗାରିୟା । 

ଅଗ୍ରଣୀ ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ଭାରତ ସଂସ୍କାର ଆରମ୍ଭ କରିବା ଆବଶ୍ୟକ ରହିଛି । ଯାହା ଶିଳ୍ପ ଏବଂ ସେବାରେ ଥିବା ଉଦ୍ୟୋଗଗୁଡିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାଦ୍ୱାରା ଶ୍ରମିକମାନଙ୍କ ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସ୍ଥାନାନ୍ତର ପାଇଁ ବାଟ ଖୋଲିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ନିକଟରେ ଆମେରିକା-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଚେୟାରମ୍ୟାନ୍ ଜନ୍ ଚାମ୍ବରସ୍ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଭାରତ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ଦିଗରେ ଯାତ୍ରା କରୁଛି । ସେ ଏହା କହିବାର ଦିନକ ପରେ ଭାରତ ଅର୍ଥନୀତିକୁ ନେଇ ଏପରି ଆକଳନ କରିଛନ୍ତି ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା ।

ଆହୁରି ପଢନ୍ତୁ ଭାରତ ଖବର...

Education Next Season 5
Sponsored
/india-will-be-world-s-3rd-largest-economy-by-2026-ex-niti-aayog-vice-chairman-arvind-panagariya | Argus News