Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ଆସିବ ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣା! ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟର୍ପଣକୁ ଦେଲେ ମଞ୍ଜୁରୀ

Ritu Das
Browse all articles by Ritu Das
·1 year ago·1 min read
ଭାରତ ଆସିବ ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣା! ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟର୍ପଣକୁ ଦେଲେ ମଞ୍ଜୁରୀ

ଅର୍ଗସ ବ୍ୟୁରୋ: ମୁମ୍ବାଇ ଆକ୍ରମଣ ଦୋଷୀ ତହିବୁର ରାଣାକୁ ଭାରତ ଅଣାଯିବ । ଆମେରିକାର ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । ଗୋଟିଏ ପ୍ରକାରେ ଏହା ଆମେରିକୀୟ ଦରବାରରେ ଭାରତ ପାଇଁ ଏକ ବଡ଼ ବିଜୟ। ଅଗଷ୍ଟ ୨୦୨୪ରେ, ଆମେରିକାର କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାଙ୍କୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ହିଁ ତଳ କୋର୍ଟ ତହିବୁର ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ପଥ ପରିଷ୍କାର କରିଥିଲେ। କିନ୍ତୁ ରାଣା ନିମ୍ନ ଅଦାଲତର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଶୁକ୍ରବାର ଏ ସମ୍ପର୍କରେ ନିଷ୍ପତ୍ତି ସାମ୍ନାକୁ ଆସିଛି ।


ଆମେରିକାର ସୁପ୍ରିମକୋର୍ଟ ତଳ କୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଥିଲେ ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଅନୁମୋଦନ କରିଥିଲେ । ତେଣୁ ଏବେ ଏହି ଆତଙ୍କବାଦୀକୁ ଭାରତ ଅଣାଯିବ । ତାଙ୍କର ବିଚାର ଆରମ୍ଭ ହେବ । ୨୬/୧୧ ଆକ୍ରମଣ ସମ୍ପର୍କରେ ତାଙ୍କର ଷଡ଼ଯନ୍ତ୍ର ସମ୍ପର୍କରେ ପଚରାଯିବ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-india-will-come-mumbai-attack-convict-tahibur-rana-the-us-supreme-court-approved-the-extradition | Argus News