Videos
|
National

ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ

Key Points

ଏବେ ବିନା ଭିସାରେ ଋଷ ବୁଲିପାରିବେ ଭାରତୀୟ

ଋଷ ଏବଂ ଭାରତ ମଧ୍ୟରେ ହୋଇଛି ଦ୍ବିପାକ୍ଷିକ ବୁଝାମଣା

୨୦୨୫ରେ ଉପଲବ୍ଧ ହୋଇପାରେ ଏହି ସୁବିଧା

ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବିଡ କରିପାରେ ବୋଲି ଆଲୋଚନା ହେଉଛି । ଋଷିଆକୁ ଫ୍ରିରେ ବୁଲିପାରିବେ ଭାରତୀୟ । ଅର୍ଥାତ ବିନା ଭିସାରେ ଋଷ ବୁଲିପାରିବେ ଭାରତର ଲୋକେ । ୨୦୨୫ ମସିହାରେ ଏହାକୁ ନେଇ ଏକ ସିଷ୍ଟମ ବିକଶିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । 


ରିପୋର୍ଟ ମୁତାବକ ଗତ ଜୁନ ମାସରେ ଉଭୟ ଦେଶ ମଧ୍ୟରେ ଏହି ଭିସା ସମ୍ବନ୍ଧୀୟ ଦ୍ବିପାକ୍ଷିକ ବୁଝାମଣା ହୋଇଥିଲା । ୨୦୨୩ ଅଗଷ୍ଟରେ ଋଷ ଦ୍ବାରା ଇ-ଭିସାର ଆରମ୍ଭ କରାଯାଇଥିଲା । ଯେଉଁ ପ୍ରକ୍ରିୟା ପୁରା ହେବାପାଇଁ ପାଖାପାଖି ୪ ଦିନ ସମୟ ଲାଗୁଥିଲା ।  ତେବେ ଋଷ ତରଫରୁ ଯେତେ ଇ ଭିସା ଜାରି କରାଯାଇଥିଲା ସେଥିରେ ଥିବା ୫ଟି ଶ୍ରେଷ୍ଠ ଦେଶ ମଧ୍ୟରୁ ଭାରତର ନାଁ ମଧ୍ୟ ସାମିଲ ଥିଲା । ଏଥିପାଇଁ ଭାରତୀୟଙ୍କୁ ଋଷ ପକ୍ଷରୁ ୯ ହଜାର ୫୦୦ ଇ ଭିସା ଦେଇଥିଲେ ।କିନ୍ତୁ ବର୍ତ୍ତମାନ ଯଦି ଆପଣ ଋଷ ବୁଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଋଷ ଦୂତବାସ ପକ୍ଷରୁ ଜାରି କରାଯାଇଥିବା ଭିସା ନେବାକୁ ପଡିବ, ଯାହାର ପ୍ରକ୍ରିୟା ଖୁବ ଲମ୍ବା ସମୟ ଧରି କରିବାକୁ ପଡେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଫ୍ରି ଏଣ୍ଟ୍ରି କରିବା ଦ୍ବାରା ଅଧିକରୁ ଅଧିକ ଭାରତୀୟ ଋଷ ବୁଲିପାରିବେ । ରିପୋର୍ଟ ଅନୁସାରେ ୨୦୨୩ରେ ୬୦ ହଜାର ଭାରତୀୟ ପର୍ଯ୍ୟଟନ ପାଇଁ ଏବଂ ବିଜେନେସ କାର୍ଯ୍ୟରେ ଋଷ ଯାଇଥିଲେ । ଯାହା ୨୦୨୨ ତୁଳନାରେ ୨୬ ପ୍ରତିଶତ ଅଧିକ ଅଟେ । ତେଣୁ ଋଷ ଭାରତ ସହ ଏସଂପର୍କରେ ବୁଝାମଣା କରିବା ପରେ ଋଷ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । 

ବର୍ତ୍ତମାନ ଭାରତରେ ଯେଉଁମାନଙ୍କ ପାଖରେ ପାସପୋର୍ଟ ଅଛି ସେମାନେ ୬୨ ଦେଶକୁ ଫ୍ରି ଏଣ୍ଟ୍ରି କରିପାରିବେ । ହେନଲେ ପାସପୋର୍ଟ ଇଣ୍ଡେକ୍ସ ରିପୋର୍ଟ ୨୦୨୪ ରେ ଭାରତର ସ୍ଥାନ ୮୨ରେ ଅଛି । ଯାହାର ସାହାଯ୍ୟରେ ଭାରତ ଇଣ୍ଡୋନେସିଆ, ମାଲଦୀପ, ଥାଇଲ୍ୟାଣ୍ଡ ଆଦି ଦେଶରେ ବିନା ଭିସାରେ ଯାତ୍ରା କରିପାରିବେ । 

Indian can now travel foreign country without visa | Argus News