Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ଇତିହାସ ଅପେକ୍ଷାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର

Ritu Das
Browse all articles by Ritu Das
·1 year ago·1 min read
ନୂଆ ଇତିହାସ ଅପେକ୍ଷାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର

ଅର୍ଗସ ବ୍ୟୁରୋ: ନୂଆ ଇତିହାସ ଅପେକ୍ଷାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) । ସ୍ପେଶ ଡକିଂ କ୍ଷେତ୍ରରେ ଲେଖିବ ନୂଆ ଅଧ୍ୟାୟ। ଆଜି ସ୍ପେଶ ଡକିଂ ମିଶନର ସାଟେଲାଇଟସ ଡକିଂ ଟ୍ରାଏଲ କରିଛି ଇସ୍ରୋ । SDX01 ଓ SDX02 ଉଭୟ ସାଟେଲାଇଟକୁ ସଫଳତାର ସହ 15 ମିଟର ଓ ପରେ ପୁଣି ଥରେ 3 ମିଟର ଦୂରତାକୁ ଆଣିଥିଲା । ମିଶନ ସଫଳ ହେଲେ ଭାରତ ମହାକାଶରେ ନିଜର ସ୍ପେଶ ଷ୍ଟେସନ ସ୍ଥାପନ କରିବା ସହ ମହାକାଶରେ 'ଡକିଙ୍ଗ' ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବିଶ୍ବରେ ଆମେରିକା, ଋଷ, ଚୀନ ପରେ ଚତୁର୍ଥ ସଫଳ ଦେଶ ଭାବେ ରେକର୍ଡ କରିବ ।


ଖାଲି ସେତିକି ନୁହେଁ, ଚନ୍ଦ୍ରଯାନ-4, ଆଦିତ୍ୟ ଶୁକ୍ର ମିଶନକୁ ମଧ୍ୟ ଏଥିରୁ ବଡ ବଳ ମିଳିପାରିବ ବୋଲି ଆଶା କରାଯାଉଛି । ଡିସେମ୍ବର 30 ତାରିଖ ରାତି ପ୍ରାୟ 10ଟା 15 ସେକେଣ୍ଡରେ ଇସ୍ରୋ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଏହା ଲଞ୍ଚ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Space Research Center Awaits New History | Argus News