ଗୋଟିଏ ମାସରେ ତୃତୀୟ ଥର ପାଇଁ IRCTC ସର୍ଭର ଠପ୍
·1 year ago·1 min read

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଆପ୍ ଏବଂ ୱେବସାଇଟ୍ ମଙ୍ଗଳବାର (ଡିସେମ୍ବର ୩୧) ରେ ପୁଣି ଠପ୍ ହୋଇଛି । ଡିସେମ୍ବରରେ ଏହା ତୃତୀୟ ଥର ପାଇଁ ହେଉଛି, ଯେତେବେଳେ ଆଇଆରସିଟିସି ଆପ୍ ଏବଂ ୱେବସାଇଟ୍ ସର୍ଭରଗୁଡ଼ିକ ଡାଉନ୍ ହୋଇଯାଇଛି । ତିନିଥର ତ୍ରୁଟି ସକାଳ ପ୍ରାୟ ୯.୫୦ ରୁ ଆରମ୍ଭ ହୋଇଛି ।
ତତ୍କାଳ ଟିକେଟ୍ ବୁକିଂ ଖୋଲିବାର ୧୦ ମିନିଟ୍ ପୂର୍ବରୁ ୱେବସାଇଟରେ ଖରାପ ହୋଇଥିବା ନଜର ଆସିଥିଲା । ଯେଉଁ ଉପଭୋକ୍ତାମାନେ ତତ୍କାଳ ଟିକେଟ ବୁକ୍ କରିଛନ୍ତ, ସେମାନେ ଆପ୍ କିମ୍ବା ୱେବସାଇଟ୍ ବ୍ୟବହାର କରିବାରେ ସକ୍ଷମ ହେଉନାହାଁନ୍ତି । ତତ୍କାଳ ଟିକେଟ୍ ବୁକିଂ ସମୟରେ ଏହି ବୈଷୟିକ ସମସ୍ୟା ସକାଳ ପ୍ରାୟ ୯.୫୦ ରୁ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ମଧ୍ୟ ଆଇଆରସିଟିସି ସର୍ଭରରେ ସମାନ ଘଟଣା ଘଟିଥିଲା । ସର୍ଭର ଠପ୍ ହେତୁ ସମଗ୍ର ଦେଶରେ ଉପଭୋକ୍ତାମାନେ ତତ୍କାଳ ଟିକେଟ ବୁକ୍ କରିପାରୁନାହାନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: