Videos
|
National

ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ

Banajyotshna Ray
Browse all articles by Banajyotshna Ray
·1 year ago
ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ

ଅର୍ଗସ ବ୍ୟୁରୋ:  ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍‌ଏଲ୍‌ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏହା କରିବାରେ ଚତୁର୍ଥ ଦେଶ ହେବ ଭାରତ।


ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ମିଶନ ସଫଳ ହେଲେ ଭାରତକୁ ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ୍ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ବପ୍ନ ସାକାର ଦିଗରେ ସହାୟକ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

ISRO to demonstrate docking of satellites in space in January, launch on Monday | Argus News