Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅନ୍ତିମ ଯାତ୍ରାରେ ବାହାରିଲା ମନମୋହନଙ୍କ ପାର୍ଥିବ ଶରୀର

Swoyang prajna Mishra
Browse all articles by Swoyang prajna Mishra
·1 year ago
ଅନ୍ତିମ ଯାତ୍ରାରେ ବାହାରିଲା ମନମୋହନଙ୍କ ପାର୍ଥିବ ଶରୀର

ଅର୍ଗସ ବ୍ୟୁରୋ : ଆଜି ହେବ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର । ଶେଷକୃତ୍ୟ ଦିଲ୍ଲୀର ନିଗମବୋଧ ଘାଟରେ ଅନୁଷ୍ଠିତ ହେବ । ନିଗମବୋଧ ଘାଟ ଅଭିମୁଖେ ବାହାରିଲା ପାର୍ଥିବ ଶରୀର । ଆଜି ସକାଳେ ମନମୋହନ ସିଂଙ୍କ ମୃତଦେହ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲା । ମୁଖ୍ୟାଳୟରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ସମସ୍ତ ବଡ଼ ନେତା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।


ଏହାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶେଷ ଯାତ୍ରା କଂଗ୍ରେସ ମୁଖ୍ୟାଳୟରୁ ଆରମ୍ଭ ହେବ। ପରେ ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ହେବ । ଶେଷ ରୀତିନୀତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ମନ୍ତ୍ରୀ ନିଗମବୋଧ ଘାଟରେ ପହଞ୍ଚିବା ନେଇ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manmohan's earthly body came out on the final journey | Argus News