ମୋଦି କହିଲେ, ଦଶ ବର୍ଷ ହେଲା ଦେଶର ରାଜଧାନୀ ପାଇଁ ବିପର୍ଯ୍ୟୟ ପାଲଟିଛି AAP

ଦିଲ୍ଲୀରେ ଆଗାମୀ ବିଧାନସଭା ନିର୍ବାଚନକୁ ଦେଖି ବିଜେପି ପାଇଁ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ। ଅଶୋକ ବିହାରରେ ଆୟୋଜିତ ବିଶାଳ ଜନସଭାରେ ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି ମୋଦି। ଆପ୍ ସରକାରକୁ ଆପଦା ସରକାର ବା ସମ୍ବୋଧନ କରି ମୋଦି କହିଛନ୍ତି ଗତ 10 ବର୍ଷ ହେଲା ଦିଲ୍ଲୀ ଏକ ବଡ଼ ବିପର୍ଯ୍ୟୟ ଦ୍ବାରା ଘେରି ରହିଛି। ଆନ୍ନା ହଜାରେଙ୍କୁ ସାମ୍ନାରେ ରଖି କେତେକ କଟ୍ଟର ଦୁର୍ନୀତିଗ୍ରସ୍ତ ଦିଲ୍ଲୀକୁ ବିପର୍ଯ୍ୟୟ ମଧ୍ୟକୁ ଠେଲିଦେଲେ। ଏବେ ଦିଲ୍ଲୀବାସୀ ବିପର୍ଯ୍ୟୟ ବିରୋଧରେ ଯୁଦ୍ଧ ଆରମ୍ଭ କରି ଦେଇଛନ୍ତି।
ମୋଦି କହିଛନ୍ତି ଆପଦା ସରକାରର ଦିଲ୍ଲୀବାସୀଙ୍କ ସହ ଶତ୍ରୁତା ଅଛି। ଏଥିପାଇଁ ମାଗଣା ଚିକିତ୍ସା ସୁବିଧା ମିଳୁଥିବା ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ମୋଦି କହିଛନ୍ତି ଦିଲ୍ଲୀକୁ ଘେରିଥିବା ଆପଦା ପାଖରେ କୌଣସି ଦୂରଦୃଷ୍ଟି ନାହିଁ, ଯାହାର ଉଦାହରଣ ହେଉଛି ଯମୁନା ନଦୀର ପ୍ରଦୂଷଣ। ବିଳାସପୂର୍ଣ୍ଣ ଘର ପ୍ରସଙ୍ଗରେ ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ମୁଁ ମୋ ପାଇଁ ରାଜମହଲ ନିର୍ମାଣ କରାଇପାରିଥାଆନ୍ତି, କିନ୍ତୁ ମୋର ସ୍ବପ୍ନ ଥିଲା ଦେଶବାସୀଙ୍କୁ ପକ୍କା ଘର ମିଳୁ। ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇଥିବା ନେଇ ହି ଆପ୍ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ପିଏମ୍ ମୋଦି।
📱 Get Argus News App
✨ଏହି କାର୍ଯ୍ୟକ୍ରମରେ ଦିଲ୍ଲୀବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଶିକ୍ଷା ଓ ଗୃହ ଓ ସହରୀକରଣ ମନ୍ତ୍ରାଳୟର 4500କୋଟିର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି ସହ ବିଜେପିର ହେବ କଡ଼ା ଟକ୍କର । ନେତୃତ୍ବ ବିବାଦକୁ ନେଇ INDI ମେଣ୍ଟ ଭାଙ୍ଗିସାରିଥିବାବେଳେ ଦିଲ୍ଲୀରେ ଅଲଗା ଲଢ଼ିବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି। ଅନ୍ୟପଟେ ଦୁର୍ନୀତି ବିରୋଧୀ ଲଢ଼େଇରୁ ଜନ୍ମ ନେଇଥିବା ଆମ୍ ଆଦମୀ ପାର୍ଟି ଲଗାତାର ଦୁର୍ନୀତି ଜାଲରେ ଛନ୍ଦି ହୋଇସାରିଛି। ସ୍ଥିତି ଏମିତି ହେଲା ଯେ 3 ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଅରବିନ୍ଦ କେଜରିୱାଲଙ୍କୁ ବାଧ୍ୟ ହୋଇ ନିଜ ପଦ ଛାଡ଼ିବାକୁ ପଡ଼ିଲା । ଆଉ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଭଳି ଦେଖାଯାଉନାହିଁ ।