ସକାଳର ତାଜା ଖବର ସଂକ୍ଷେପରେ

୧- ଆଜି ବି ଭିଜାଇବ ବର୍ଷା...ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ...ଚାଷୀ ଓ ସରକାରଙ୍କ ନିଦ ହଜାଇ ଦେଇଛି ଅଦିନିଆ ମେଘ...ହଜାର ହଜାର ହେକ୍ଟର ଜମିରେ ଭିଜୁଛି ଧାନ.....
୨- ଆଜି କ୍ରିସମସ୍ ... ପ୍ରେମ ଓ ଶାନ୍ତିର ବାର୍ତ୍ତା ନେଇ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ... ଆନନ୍ଦ ଉଲ୍ଲାସର ସହ ବଡ଼ ଦିନ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ .... ପ୍ରଭୁ ଯୀଶୁଙ୍କ ସ୍ବାଗତରେ ରାଜ୍ୟରୁ ବିଶ୍ବ ବିଭିନ୍ନ ଚର୍ଚ୍ଚରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
୩- ବୋରିଗୁମାରେ ବୁଲା କୁକୁରଙ୍କ ଉତ୍ପାତ … 6ବର୍ଷର କୁନି ଝିଅ ଚାନ୍ଦିନୀର ଝୁଣି ଝୁଣି ନେଇଗଲେ ଜୀବନ ... ନିଜ ଭାଇ ସହ ଖେଳିବା ବେଳେ ଟାଣିନେଲା କୁକୁର... ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ଗାଁ ଲୋକ
୪- ଶବ୍ଦର ଶିଳ୍ପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ .... ରାଜନୀତିର ରଣବୀରଙ୍କୁ ମନେ ପକାଇ ଦେଶ ପାଳୁଛି ଗୁଡ୍ ଗଭର୍ଣ୍ଣାନ୍ସ ଡେ ....ବିକାଶ ପୁରୁଷଙ୍କ ସଡ଼କ କ୍ରାନ୍ତିରେ ଅଗ୍ରସର ଦେଶର ବିକାଶ ପ୍ରକ୍ରିୟା...ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି..
୫- ସମ୍ବଲପୁର ଓ ଦେବଗଡ଼ ଦିନିକିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.... ବୁର୍ଲା ଗୋଲଗୁଣ୍ଡାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ....ଜିଲ୍ଲା ତପସ୍ବିନୀ ପ୍ରେକ୍ଷାଳୟରେ TB ନ୍ୟୁଟ୍ରେସନ କିଟ୍ ବଣ୍ଟନରେ ହେବେ ସାମିଲ
📱 Get Argus News App
✨୬- ସ୍ପେଶାଲ ସ୍କ୍ବାର୍ଡ ପଞ୍ଝାରେ ବନ୍ଧୁକ ବେପାରୀ... ଖୋର୍ଦ୍ଧା ବକ୍ସିଲେନ୍ର ଚନ୍ଦନ ପ୍ରଧାନକୁ ଗିରଫ କଲା କମିଶନରେଟ ପୋଲିସ... ପାଞ୍ଚୋଟି ରିଭଲବର ଓ 20 ରାଉଣ୍ଡ ଅଫୁଟା ଗୁଳି ଜବତ ...ଖୋର୍ଦ୍ଧା ସୋମନାଥ ହତ୍ୟା ମାମଲାରେ ଜେଲ ଯାଇ ଜାମିନରେ ଆସିଥିଲା ଚନ୍ଦନ
୭- ବାଲେଶ୍ବର ସିମୁଳିଆ ବଜାର ପୁରୁଷୋତ୍ତମପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ... ଝରକା ଭାଙ୍ଗି ଲୁଟ୍ କରିବାକୁ ଚେଷ୍ଟା କଲେ ଦୁର୍ବୃତ୍ତ.... ବିଫଳ ହେବାରୁ ଲଗାଇଦେଲେ ନିଆଁ... ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ.... ଘଟଣାସ୍ଥଳରେ ସିମୁଳିଆ ପୋଲିସର ଛାନଭିନ୍..
୮- ହିମାଚଳପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ତୁଷାରପାତ ଯୋଗୁ ୩ଟି ଜାତୀୟ ରାଜପଥ ସମେତ ୨୨୩ଟି ସଡ଼କ ଅବରୋଧ ହୋଇଯାଇଛି। କିନ୍ନୌର, ଲହାଉଲ, ସ୍ପିତି ସମେତ ଶିମ୍ଲା, କୁଲ୍ଲୁ, ମଣ୍ଡି, ଚାମ୍ବା ଜିଲ୍ଲାର ଉଚ୍ଚ ସ୍ଥାନଗୁଡ଼ିକରେ ତୁଷାରପାତ ହୋଇଛି...ରାସ୍ତା ଅବରୋଧ ହୋଇଥିବାରୁ ଶିମ୍ଲାର ହୋଟେଲଗୁଡ଼ିକରେ ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ପାଇଛି
୯- ଥମୁନି ଅଲ୍ଲୁଙ୍କ ଅଡ଼ୁଆ.....ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ....ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି।
୧୦- ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି....ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସିଡ୍ୟୁଲ ଘୋଷଣା କରିଛି....ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଫେବୃଆରୀ ୨୩ରେ ଖେଳାଯିବ....ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ସହ ଦୁବାଇରେ ଖେଳିବ