Videos
|
National

କାଶ୍ମୀର ଉପତ୍ୟକାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଶୂନ ତଳେ ରେକର୍ଡ

Ritu Das
Browse all articles by Ritu Das
·1 year ago·1 min read
କାଶ୍ମୀର ଉପତ୍ୟକାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଶୂନ ତଳେ ରେକର୍ଡ

ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କାଶ୍ମୀର ଉପତ୍ୟକାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଶୂନ ତଳେ ରେକର୍ଡ କରାଯାଇଛି। ଜମ୍ମୁ-କଶ୍ମୀରରେ ମଧ୍ୟ ଗତ ୪୦ ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଦକ୍ଷିଣ ମେରୁରେ ଥିବା ଆଣ୍ଟାର୍କଟିକାଠାରୁ ଅଧିକ ଥଣ୍ଡା ରହିଛି କଶ୍ମୀରର ଏକ ଅଞ୍ଚଳ । ବର୍ଷସାରା ଆଣ୍ଟାର୍କଟିକାର ଅନେକ ଅଞ୍ଚଳରେ ତାପମାତ୍ରା -୧ରୁ ମାଇନସ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ । ସେହିପରି କାଶ୍ମୀରର ଜୋଜିଲାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨୩.୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।


ଏଭଳି ସ୍ଥିତିରେ କାଶ୍ମୀରର ଏହି ଅଞ୍ଚଳ ଏବେ ଆଣ୍ଟାର୍କଟିକା ଠାରୁ ଅଧିକ ଥଣ୍ଡା ରହିଛି। ବର୍ଷସାରା ଆଣ୍ଟାର୍କଟିକାର ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୧ରୁ ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ । ସେହିପରି କାଶ୍ମୀରର ଜୋଜିଲାରେ ସର୍ବନିମ୍ନ ତାପମାତ୍ରା ମାଇନସ ୨୩.୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏଭଳି ସ୍ଥିତିରେ କାଶ୍ମୀରର ଏହି ଅଞ୍ଚଳ ଏବେ ଆଣ୍ଟାର୍କଟିକା ଠାରୁ ଅଧିକ ଥଣ୍ଡା ରହିଛି। ପାଣିପାଗ ବିଭାଗ ଅନୁସାରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ମାଇନସ ୬.୬ ଡିଗ୍ରୀ ସେଲସିୟସ, କାଜିଗୁଣ୍ଡରେ ମାଇନସ ୬.୨ ଡିଗ୍ରୀ ସେଲସିୟସ, ପହଲଗାମରେ ମାଇନସ ୭.୮ ଡିଗ୍ରୀ ସେଲସିୟସ, କୁପୱାଡାରେ ମାଇନସ ୬.୪ ଡିଗ୍ରୀ ସେଲସିୟସ, କୋକେରନାଗରେ ମାଇନସ ୬.୪ ଡିଗ୍ରୀ ସେଲସିୟସ, ଗୁଲମାର୍ଗରେ - ୭.୪ ଡିଗ୍ରୀ ସେଲସିୟସ ସେହିପରି ସୋନମର୍ଗରେ ମାଇନସ ୮.୫ ଡିଗ୍ରୀ ସେଲସିୟସ, ଜୋଜିଲାରେ ମାଇନସ ୨୩.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Most places in Kashmir valley recorded below zero temperature | Argus News