|
logo
Live

Argus News - ଜଲପାଇଗୁଡିରେ କାଳବୈଶାଖି ଯୋଗୁଁ ୫ ମୃତ, ଶୋକ ବ୍ୟକ୍ତ କଲେ ମୋଦି 

National

ଜଲପାଇଗୁଡିରେ କାଳବୈଶାଖି ଯୋଗୁଁ ୫ ମୃତ, ଶୋକ ବ୍ୟକ୍ତ କଲେ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଜଲପାଇଗୁଡିରେ କାଳବୈଶାଖି ଯୋଗୁଁ ୫ ମୃତ, ଶୋକ ବ୍ୟକ୍ତ କଲେ ମୋଦି 

ନୂଆଦିଲ୍ଲୀ: ପଶ୍ଚିମବଂଗ ଜଲପାଇଗୁଡିରେ ପ୍ରକୃତିର ତାଣ୍ଡବ । ଗତକାଲି କାଳବୈଶାଖି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଘରର ଛପର ଉଡିଯାଇଛି । ଘୂର୍ଣ୍ଣିଝଡର ପ୍ରଭାବ ଏତେ ଅଧିକ ଥିଲା ଯେ, ଚାହୁଁ ଚାହୁଁ ଅନେକ ଘର ଭାଙ୍ଗିଯାଇଥିଲା । ବର୍ତ୍ତମାନ ସୁଦ୍ଧା ଘୂର୍ଣ୍ଣିଝଡରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଯାଇଛି । ଭଙ୍ଗା ଗଛତଳେ ବାଇକ ପଡି ରହିଥିବା ଦେଖିବାକୁ ମିଳିଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ମୋଦି କହିଛନ୍ତି  ପଶ୍ଚିମ ବଙ୍ଗର  ସମସ୍ତ  ବିଜେପି କର୍ମକର୍ତ୍ତାଙ୍କ ସହ କଥା ହୋଇ ସହାୟତା କରିବା ପାଇଁ  ଅପିଲ କରିଛି । ଏଥିସହିତ ପଶ୍ଚିମ ବଙ୍ଗର ରାଜ୍ୟପାଳ ସି ବି ଆନନ୍ଦ  ବୋସ  ମଧ୍ୟ  ପ୍ରଭାବିତ  ଅଞ୍ଚଳ ଗସ୍ତରେ ଆଜି ଯିବେ ବୋଲି ସୂଚନା ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜଲପାଇଗୁଡିରେ କାଳବୈଶାଖି ଯୋଗୁଁ ୫ ମୃତ, ଶୋକ ବ୍ୟକ୍ତ କଲେ ମୋଦି  | Argus News