ଏମିିତି ସ୍ନାନ କରିବେ ନାଗାସାଧୁ, ଦେଖିଲେ ଦେହ ଥରି ଉଠିବ

ଅର୍ଗସ ବ୍ୟୁରୋ : ମହାକୁମ୍ଭରେ ନାଗାସାଧୁଙ୍କ ଚତ୍ମକାରିତା ଦେଖିବ ସାରା ଦୁନିଆ । ଯେଉଁ ଥଣ୍ଡାରେ ବିନା ଶୀତବସ୍ତ୍ରରେ ବାହାରକୁ ବାହାରିବା ପାଇଁ ଆମେ ସଙ୍କୋଚ ମନେ କରନ୍ତି , ସେହି ଥଣ୍ଡାରେ ନିବସ୍ତ୍ର ହୋଇ ଥଣ୍ଡା ପାଣିରେ ସ୍ନାନ କରିବେ ନାଗାସାଧୁ । ସେ ପୁଣି ଗୋଟି କି ଦୁଇଟି କଳସୀ ପାଣି ନୁହେଁ , ପୁରା ୬୧ କଳସୀ ପାଣିରେ କରିବେ ସ୍ନାନ । ଆଉ ମାତ୍ର କିଛିଦିନର ଅପେକ୍ଷା ।
ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା । ପ୍ରୟାଗରାଜରେ ଏହା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଠି ଦେଶର ଅନେକ ସାଧୁସନ୍ଥଙ୍କ ସମାଗମ ହେବ । ଭାରତ ତଥା ଭାରତ ବାହାରୁ ଅନେକ ସାଧୁ ଆସି ଏହି ସ୍ଥାନକୁ ଆହୁରି ପବିତ୍ର କରିବେ । ସେଥିରେ ନାଗାସାଧୁଙ୍କ "ହଠ ଯୋଗ" ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ତେବେ ଏହି ନାଗାସାଧୁଙ୍କ ଭିତରେ ରହିଛନ୍ତି ପ୍ରମୋଦ ଗିରି ମହାରାଜ । ଏହି ବାବାଙ୍କ "ହଠ ଯୋଗ" ସମସ୍ତଙ୍କ ପାଇଁ କୌତୁହଳର ବିଷୟ ପାଲଟିଛି । ପ୍ରମୋଦ ଗିରି ମହାରାଜ ଭୋର ୪ଟାରୁ ଥଣ୍ଡା ପାଣିରେ ସ୍ନାନ କରନ୍ତି । ଏବଂ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କର ପ୍ରତିଦିନ ସ୍ନାନ କରିବାର କଳସୀ ସଂଖ୍ୟା ବଢିବଢି ଯାଏ । ଅର୍ଥାତ ପ୍ରଥମେ ସେ ୫୧କଳସୀ ଥଣ୍ଡା ପାଣିରେ ସ୍ନାନ କରିଥିଲେ , ଯାହା ଆଗକୁ ୧୦୮ କଳସୀ ପାଣିରେ ପହଞ୍ଚିବ ବୋଲି ସେ କହିଛନ୍ତି ।
📱 Get Argus News App
✨ଜାନୁଆରୀ ୭ରେ ପ୍ରମୋଦ ମହାରାଜ ୬୧ କଳସୀ ପାଣିରେ ଗାଧୋଇଥିଲେ । ସେ କୁହନ୍ତି, କଠୋର ହଠ ଯୋଗ କରିବା ଦ୍ବାରା ଏହା ଶରୀରକୁ ଅଧିକରୁ ଅଧିକ ଶକ୍ତିଶାଳୀ ବନେଇଥାଏ, ଯାହା ସନାତନ ଧର୍ମର ଉତଥାନ ବା ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଯେବେ ବି ସନାତନ ଧର୍ମର ଉନ୍ନତି ପାଇଁ ଆଣର ଆବଶ୍ୟକତା ପଡିବ, ସେବେ ଆମେ ସବୁକିଛି ତ୍ୟାଗ କରି ତତ୍ପର ହେବୁ ବୋଲି ସେ କହିଛନ୍ତି । ସେ କହିଛନ୍ତି କୁମ୍ଭମେଳା ଦିନ ରାଜକୀୟ ସ୍ନାନ କରିବାର ସାଧନା ଆହୁରି କଷ୍ଟଦାୟକ । କାରଣ ସେଦିନ ସକାଳୁ ଅନେକ କଳସୀ ପାଣିରେ ସ୍ନାନ କରିବା ପରେ ପୁଣି କୁମ୍ଭରେ ମଧ୍ୟ ସ୍ନାନ କରିବାକୁ ପଡିବ । ନାଗାସାଧୁଙ୍କ ଏହି ସ୍ନାନ ଦେଖିବାକୁ ଅନେକ ଭକ୍ତ ଦୂର ଦୂରାନ୍ତରୁ ଏହି ମହାକୁମ୍ଭ ମେଳାରେ ସାମିଲ ହେବେ । ୨୦୨୫ର ଏହି କମ୍ଭମେଳା ଖୁବ ଆକର୍ଷଣୀୟ ଏବଂ ଉଚ୍ଚକୋଟୀର ହେବାକୁ ଯାଉଛି ।