Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି

National

ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି

Banajyotshna Ray
Browse all articles by Banajyotshna Ray
·2 years ago
ପରୀକ୍ଷାକୁ ସ୍ୱଚ୍ଛ କରିବାକୁ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ  କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି। ଉତ୍ତରପ୍ରଦେଶ ଲୋକସେବା ଆୟୋଗ ଦ୍ବାରା ୧୧ ଫେବ୍ରୁରିରେ ଆୟୋଜିତ ସମୀକ୍ଷା ଅଧିକାରୀ ଏବଂ ସହାୟକ ସମୀକ୍ଷା ଅଧିକାରୀଙ୍କ ପ୍ରବେଶିକା ପରୀକ୍ଷା ବାତିଲ୍। ରାଜ୍ୟରେ ଯୁବକଯୁବତୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଯୋଗୀ  ସରକାର। ଆଗାମୀ ୬ ମାସ ମଧ୍ୟରେ ଏହି ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରୀକ୍ଷାରେ ସ୍ବଚ୍ଛତାକୁ ନେଇ ଯେଉଁମାନେ ଖେଳିଛନ୍ତି ସେମାନଙ୍କ କୌଣସି ପରିସ୍ଥିତିରେ କ୍ଷମା ଦିଆଯିବ ନାହିଁ । ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗୀ। ଏହି ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
"National Sin": Yogi Adityanath Vows Strict Against UP Exam Paper Leak | Argus News