ବସ୍ ଡେ' ରେ ନିଜ ବସ୍ଙ୍କୁ ପଠାନ୍ତୁ ଧନ୍ୟବାଦ ମ୍ୟାସେଜ୍
·1 year ago·1 min read

ନୂଆଦିଲ୍ଲୀ: ବସ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ତାଙ୍କୁ କେବେ କେବେ ଖୁବ୍ ପସନ୍ଦ କରିଥାଉ ତ ଆଉ କେବେ ବିଲ୍କୁଲ ମଧ୍ୟ ନୁହେଁ। କିନ୍ତୁ ବହୁତ ଏମିତି ବି ବସ୍ ଅଛନ୍ତି ଯିଏ ନିଜ କର୍ମଚାରୀଙ୍କ ପାଇଁ ଅନ୍ଧକାରରେ ଆଲୋକ ଭାବରେ କାର୍ଯ୍ୟ କରିଥାନ୍ତି। କ୍ୟାରିୟରରେ ଆଗକୁ ବଢିବା ପାଇଁ ସୁଯୋଗ ତ ଦେଇଥାନ୍ତି ଏଥିସହିତ ଭଲ ଦିନ, ଖରାପ ଦିନରେ ମନୋବଳକୁ ବୃଦ୍ଧି କରିବାରେ ସାଥ୍ ଦେଇଥାନ୍ତି। ଏପରି ବସ୍ଙ୍କୁ ଆଜି ଧନ୍ୟବାଦ କହିବାର ଦିନ।
ପ୍ରତିବର୍ଷ ୧୬ ଅକ୍ଟୋବର ଦିନ ବସ୍ ଡେ ପାଳନ କରାଯାଇଥାଏ। ଏହି ଦିନକୁ ସାରା ବିଶ୍ୱରେ ଭିନ୍ନ ଭିନ୍ନ ଶୈଳିରେ ପାଳନ କରାଯାଇଥାଏ। ତେବେ ଏହି ଦିନ କୁ ପାଳନ କରିବା ପାଇଁ ପ୍ରଥମେ ୟୁଏସ୍ ରେ ୧୯୫୮ରେ ଆରମ୍ଭ ହୋଇଥିଲା। ଏହି ଦିନରେ ନିଜ ବସ୍ କୁ ଧନ୍ୟବାଦ ଜଣାଇବା ପାଇଁ ଦିନଟି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: