Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆସନ୍ତାକାଲି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍

ଅର୍ଗସ ବ୍ୟୁରୋ:   ଆସନ୍ତାକାଲି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍... ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନକୁ ସକ୍ଷମ କରିବାକୁ ଏହି ବିଲ୍ ଆସନ୍ତାକାଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ବାରା ଉପସ୍ଥାପିତ ହେବ...ଦୁଇ ଦିନ ତଳେ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ...ବିଲ୍ ଡ୍ରାଫ୍ଟ ଅନୁଯାୟୀ, ଏକ ସାଧାରଣ ନିର୍ବାଚନ ପରେ ଲୋକସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତିଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବା ପାଇଁ ଏକକାଳୀନ ନିର୍ବାଚନ କାର୍ଯ୍ୟକାରୀ ହେବ। ସମ୍ବିଧାନ ସଂଶୋଧନ ବିଲ୍ ଅନୁଯାୟୀ, ଏହି ନିର୍ଦ୍ଧାରିତ ତାରିଖ ପରେ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକ ସେମାନଙ୍କର କାର୍ଯ୍ୟକାଳକୁ ଲୋକସଭାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ସହିତ ସମାପ୍ତ କରିବାକୁ ସୀମିତ କରିଦେବେ...


ଯାହା ଦ୍ବାାରା ଏକକାଳୀନ ନିର୍ବାଚନ ପାଇଁ ବାଟ ଫିଟିବ। ସେହିଭଳି ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଏବଂ ପୁଡୁଚେରୀର ବିଧାନସଭା ପାଇଁ ବ୍ୟବସ୍ଥାରେ ବିଲ୍ ସମାନ ପରିବର୍ତ୍ତନ କରେ। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟିର ସୁପାରିଶ ଅନୁଯାୟୀ ଏହି ବିଲ୍ ପ୍ରସ୍ତୁତ କରାଯାଇଥିଲା, ଯାହା ଏକକାଳୀନ ନିର୍ବାଚନକୁ ସକ୍ଷମ କରିବା ପାଇଁ ଉପାୟ ଏବଂ ସଂଶୋଧନ ପାଇଁ ଆଇନ ମନ୍ତ୍ରଣାଳୟ ଦ୍ବାରା ସେପ୍ଟେମ୍ବର 2, 2023 ରେ ନିଯୁକ୍ତ କରାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘One nation, one election’ bills to be introduced in Lok Sabha on December 16 | Argus News