Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓୟୋ କମ୍ପାନୀର ନୂଆ ନିୟମ, ହୋଟେଲରେ ରହିପାରିବେନି ଅବିବାହିତ ଦମ୍ପତ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଓୟୋ କମ୍ପାନୀର ନୂଆ ନିୟମ, ହୋଟେଲରେ ରହିପାରିବେନି ଅବିବାହିତ ଦମ୍ପତ୍ତି

Key Points

ଅବିବାହିତ ଦମ୍ପତ୍ତିଙ୍କୁ ଓୟୋ ମନା
ଓୟୋରେ ରୁମ ବୁକ କଲେ ଦେବାକୁ ପଡିବ ବିବାହର ପ୍ରମାଣପତ୍ର
ନୂଆବର୍ଷରେ ନୂଆ ନିୟମ ଆଣିଛି OYO କମ୍ପାନୀ

ଅର୍ଗସ ବ୍ୟୁରୋ : ଓୟୋ ହୋଟେଲରେ ଆଉ ରହିପାରିବେନି ଅବିବାହିତ ପ୍ରେମୀ ଯୁଗଳ । ଏପରି ଏକ ନିୟମ ଓୟୋ ପକ୍ଷରୁ ଜାରି କରାଯାଇଛି । ଅବିବାହିତ ପୁଅ ଝିଅ ଏକାଠି ହୋଟେଲରେ ରହିପାରିବେ ନାହିଁ ।
ପୂର୍ବରୁ ଯେକୌଣସି ସହରରେ ଖୁବ ଶସ୍ଥାରେ ଓୟୋ ହୋଟେଲ ବୁକ କରି ଯୁବକ ଯୁବତୀ ମାନେ ରହି ଯାଉଥିଲେ । ହେଲେ ୨୦୨୫ ପାଇଁ ନୂଆ ନିୟମ ଆଣିଛି ଓୟୋ କମ୍ପାନୀ । ଯଦି କୌଣସି ଦମ୍ପତ୍ତି ଓୟୋରେ ରୁମ ନେଇ ରହିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କୁ ନିଜ ବିବାହର ସମସ୍ତ ସାକ୍ଷ୍ୟ ପ୍ରମାଣ ଦେଇ ରହିବାକୁ ପଡିବ । ନହେଲେ ରୁମରେ ଅବିବାହିତଙ୍କୁ ଏଣ୍ଟ୍ରି କରାଯିବାନି ବୋଲି କଡା ଚେତାବନୀ ଦିଆଯାଇଛି ।

ଏହି ନିୟମ ପ୍ରଥମେ ମିରଟ ସହରରୁ ଲାଗୁ ହେବାକୁ ଯାଉଛି । ଏହି ସହରରେ ଓୟୋ ସହ ଜଡିତ ସମସ୍ତ ହୋଟଲକୁ ଏହି ନିୟମକୁ ଲାଗୁ କରେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଯଦି କୌଣସି ଦମ୍ପତ୍ତି ଅନଲାଇନ ହୋଟେଲ ବୁକ କରିଥାନ୍ତି, ତେବେ ତାଙ୍କର ସମସ୍ତ ବିବାହଜନିତ ପ୍ରମାଣପତ୍ରକୁ ଚେକ୍‌ ଇନ କରାଯିବ । ଏବଂ ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ଯଦି ମିରଟରେ ଏହି ନିୟମ ଲାଗୁ କରିବା ଦ୍ବାରା କୌଣସି ପ୍ରଭାବ ଦେଖିବାକୁ ମିଳେ , ତେବେ ଏହା ଖୁବ ଶୀଘ୍ର ଅନ୍ୟ ସହରରେ ମଧ୍ୟ ଲାଗୁ କରାଯିବ ।

ରିପୋର୍ଚ ମୁତାବକ ମିରଟର କିଛି ସ୍ଥାନୀୟ ଲୋକେ ତଥା ସିଭିଲ ସୋସାଇଟି ପକ୍ଷରୁ ଅବିବାହିତଙ୍କୁ ଓୟୋ ହୋଟେଲ ନଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁ ପ୍ରସ୍ତାବକୁ ଗ୍ରହଣ କରିଛି ଓୟୋ କମ୍ପାନୀ । ଏହାଦ୍ବାରା କମ୍ପାନୀ ପ୍ରତି ଅନ୍ୟମାନଙ୍କ ଭରଷା ବଢିବା ବୋଲି ମଧ୍ୟ କୁହାଯାଏ ।
ତେବେ ଯଦି ଦେଖାଯାଏ, ତେବେ ଭାରତ ସମେତ ଅନ୍ୟ ଦେଶ ଯେପରିକି ଇଣ୍ଡୋନେସିଆ , ମାଲେସିଆ, ଡେନମାର୍କ, ଆମେରିକା , ବ୍ରିଟେନ , ନେଦରଲ୍ୟାଣ୍ଡ , ଜାପାନ , ମେକ୍ସିକୋରେ ମଧ୍ୟ ଏହି କମ୍ପାନୀ ଖୁବ ଭଲ ବିଜନେସ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Oyo company's new rule, unmarried couples cannot stay in the oyo hotel | Argus News