Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଭାରତ ସହ ପୁଣି ଥରେ  ସମ୍ପର୍କ ଯୋଡିବାକୁ ପ୍ରବଳ ଇଛା କଲାଣି ପାକ୍‌ 

Manini Pattanayak
Browse all articles by Manini Pattanayak
·2 years ago·2 min read
 ଭାରତ ସହ ପୁଣି ଥରେ  ସମ୍ପର୍କ ଯୋଡିବାକୁ ପ୍ରବଳ ଇଛା କଲାଣି ପାକ୍‌ 

ନୂଆଦିଲ୍ଲୀ:  ୫ ବର୍ଷ ପୂର୍ବେ  ଭାରତ ସହ ବାଣିଜ୍ୟକ ସମ୍ପର୍କ  ଭାଙ୍ଗି ଦେଇଥିଲା ପାକିସ୍ତାନ । ଏବେ ପୁଣି ଆଉଥରେ ଏ ସମ୍ପର୍କ ଯୋଡିବାକୁ ପ୍ରବଳ ଇଛା କଲାଣି ପାକ।   ଏନେଇ ଏକ ଇସାରା ଦେଇଛନ୍ତି ପାକର ବେଦେଶ ମନ୍ତ୍ରୀ ମହମ୍ମଦ ଇଶାକ ଡାର।  ୨୦୧୯ରେ ଜାମ୍ମୁ କଶ୍ମୀର ଉପରୁ ୩୭୦ ଧାରା ହଟାଯାଇଥିଲା। ଏହାକୁ ବିରୋଧ କରି  ପାକ୍‌ ଭାରତ ସହ  ନିଜର ବାଣିଜ୍ୟକ ସମ୍ପର୍କ ଭାଙ୍ଗି ଦେଇଥିଲା।  ତେବେ ଏହି ୫ ବର୍ଷ ମଧ୍ୟରେ ଏମିତି କଣ ହେଲା ଯେ ପାକ ପୁଣି  ଭାରତ ସହ ବାଣିଜ୍ୟ କରିବାକୁ ଚାହୁଁଛି।  ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ। ଏଥିରୁ  ବାହାରିବା ପାଇଁ  ସବୁ ପ୍ରକାର ଚେଷ୍ଟା ଚଳାଇଛି ପାକ୍‌। ଏପରି ଏକ ପରିସ୍ଥିତିରେ ପାକ୍‌ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ପୁଣି ଥରେ ଭାରତ ସହ ବାଣିଜ୍ୟକ ସମ୍ପର୍କ ଯୋଡିବା ପାଇଁ ପ୍ରୟାସ ଚାଲିଛି।  ଲଣ୍ଡନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଡାର୍‌ ଅବଗତ କରାଇଥିଲେ ଯେ କଣ ପାଇଁ ଭାରତ ସହ  ପାକିସ୍ତାନର ଦ୍ୱିପାକ୍ଷିକ ଟ୍ରେଡ ବନ୍ଦ ହୋଇଥିଲା ? ଆମେ ଭାରତକୁ କେଉଁ ପ୍ରଡକ୍ଟ ଦେଉଥିଲୁ ଆଉ ଭାରତ ଠାରୁ କେଉଁ ପ୍ରଡକ୍ଟ ଆଣୁଥିଲୁ ? କଣ ଏବେ ବି ଭାରତ ସହ  ଅଳ୍ପ ବହୁତ ବ୍ୟାପାର ହେଉଛି ?  ଯଦି ହଁ  ତେବେ ଏହାର ମାର୍ଗ କଣ ବୋଲି ପ୍ରେସ କନଫରେନ୍ସରେ କହିଥିଲେ ଡାର୍‌।

ପାକିସ୍ତାନ ଭାରତ ଠାରୁ  ସବୁଠାରୁ ଅଧିକା କଟନ  ନେଉଥିଲା।  କିନ୍ତୁ ବର୍ତ୍ତମାନ  ଏଥିପାଇଁ  ବ୍ରାଜିଲ  ଏବଂ ଆମେରିକା ଉପରେ  ନିର୍ଭର କରୁଛି।  କିନ୍ତୁ ଏଥିରେ  ପାକ୍‌ କୁ  ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।  ଏହି ସବୁ କାରଣରୁ  ପୁଣି ଥରେ  ପାକ୍‌ ର ବିଦେଶ ମନ୍ତ୍ରୀ ଭାରତ ସହ ବାଣିଜ୍ୟକ ସମ୍ପର୍କ ଗଢିବାକୁ ଇଛା ପ୍ରକାଶ କରିଛନ୍ତି। ଇଣ୍ଟରନ୍ୟାସନାଲ ମଞ୍ଚରେ ଏ କଥା ସିଧା ସିଧା ନ କହି ବୁଲେଇ ବଙ୍କେଇ କହିଛନ୍ତି ଡାର୍‌।  ତେବେ ଏ ସମ୍ପର୍କରେ ଆଗକୁ କଣ ହେବ ତାହା ତ କହିହେବନି କିନ୍ତୁ ଏହାବ୍ୟତିତ  ପାକ୍‌ ସହ  ବାଣିଜ୍ୟକ ସମ୍ପର୍କ ପାଇଁ ଭାରତର ରାଜି ହେବା ଉପରେ ନିର୍ଭର କରେ। କାରଣ ଆତଙ୍କବାଦୀଙ୍କ ଦେଶ ପାକ୍‌।  ଆତଙ୍କବାଦୀଙ୍କୁ ଜନ୍ମ ଦେଇଥାଏ ପାକିସ୍ତାନ । ପାକ୍‌ ସହ ଯକୌଣସି  ସମ୍ପର୍କ ରଖିବକାକୁ କୌଣସି  ଦେଶ  ବହୁ ବାର୍‌ ଭାବିକ।   ଭାରତ ଏକ ଧାର୍ମିକ ରାଷ୍ଟ୍ର ହୋଇଥିବା ବେଳେ ପାକ୍‌ ଏକ କ୍ରୁରତାର ରାଷ୍ଟ୍ର।   

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Pakistani businessmen want trade with India to resume," the foreign minister | Argus News