Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁବପିଢ଼ିଙ୍କୁ କେଉଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ?

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଯୁବପିଢ଼ିଙ୍କୁ କେଉଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ?

Key Points

ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍‌

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବେ ଯୁବ ଶକ୍ତି

ଅର୍ଗସ ବ୍ୟୁରୋ: ଭାରତର ଯୁବ ଶକ୍ତି, ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବେ । ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍‌କୁ ସମ୍ବୋଧିତ କରି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।


ପ୍ରାୟ ୪୫ ମିନିଟ୍‌ର ଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମଗ୍ର ଦେଶ ସ୍ଵାମୀ ବିବେକାନନ୍ଦଙ୍କୁ ମନେ ପକାଉଛି । ଦେଶର ଯୁବପିଢ଼ିଙ୍କ ଉପରେ ସ୍ଵାମୀ ବିବେକାନନ୍ଦଙ୍କ ବେଶ୍ ଭରସା ଥିଲା । ଆପଣମାନଙ୍କ ଉପରେ ବିବେକାନନ୍ଦଙ୍କ ଯେଭଳି ଭରସା ରହିଥିଲା ସେଭଳି ଭରସା ବିବେକାନନ୍ଦଙ୍କ ଉପରେ ମୋର ରହିଛି । ସେ କହିଥିବା ପ୍ରତିଟି କଥା ଉପରେ ଭରସା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିକଶିତ ଭାରତ, ଯୁବ ଶକ୍ତି, ଅମୃତକାଳ ଓ ଭାରତର ଭବିଷ୍ୟତ ଉପରେ ପ୍ରଧାନମନ୍ତ୍ରୀ ମୋଦି ମତ ରଖିଛନ୍ତି । କହିଛନ୍ତି, ଲକ୍ଷ୍ୟ ନଥିଲେ ଜୀବନ ନଥାଏ, ଲକ୍ଷ୍ୟ ଜୀବନର ଜଡ଼ିବୁଟି ସଦୃଶ । ଯେଉଁମାନେ କୁହନ୍ତି ଛାଡ଼ନ୍ତୁ ଏମିତି ହୁଏ, କିଛି ପରିବର୍ତ୍ତନର କଣ ଆବଶ୍ୟକତା, କାହିଁକି ମୁଣ୍ଡ ପୋତୁଛ । ଏଭଳି ଭାବନା ରଖୁଥିବା ଲୋକ ମୃତଦେହ ବ୍ୟତୀତ ଅଧିକ କିଛି ନୁହ ବୋଲି ସେ କହିଛନ୍ତି ।


ପ୍ରାୟ ୩ ହଜାରରୁ ଅଧିକ ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି । ସମ୍ବୋଧନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିବା ସହ ପ୍ରତିଯୋଗୀଙ୍କ ସହ କଥା ହୋଇଥିଲେ ।

Sponsored
PM Modi attends 25th National Youth Festival 2025 | Argus News