Videos
|
National

ଜେଡ୍-ମୋଡ୍ ଟନେଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଏଣିକି ସବୁ ଋତୁରେ ଯାଇ ହେବ ଲଦାଖ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଜେଡ୍-ମୋଡ୍ ଟନେଲର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ଏଣିକି ସବୁ ଋତୁରେ ଯାଇ ହେବ ଲଦାଖ

Key Points

ଜେଡ୍ ମୋଡ୍ ଟନେଲର ଉଦ୍‌ଘାଟନ କଲେ ପିଏମ୍ ମୋଦି

ଗାନ୍ଦରବଲ ଜିଲ୍ଲାରେ ୬.୪ କିମି ଲମ୍ବର ଏହି ଟନେଲ୍

ସବୁ ଋତୁରେ ସୋନମର୍ଗକୁ ଯାତାୟତ ଲାଗି ସହାୟକ ହେବ

ଅର୍ଗସ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରରେ ବଦଳୁଛି ଭିତ୍ତିଭୂମି । ସୁଦୃଢ଼ ହେଉଛି ଯୋଗାଯୋଗର ମାଧ୍ୟମ । ରଣନୀତିକ ଦୃଷ୍ଟିରୁ ବି ମିଳିବ ଲାଭ । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଜେଡ୍ ମୋଡ୍ ଟନେଲର ଉଦ୍‌ଘାଟନ କରିଛନ୍ତି । ୬.୪ କିଲୋମିଟର ଲମ୍ବର ଏହି ଟନେଲ୍ ଗାନ୍ଦରବଲ ଜିଲ୍ଲାରେ ରହିଛି । ଯାହାକି ସବୁ ଋତୁରେ ଯାତାୟତ ଲାଗି ସହାୟକ ହେବ ।



ଶ୍ରୀନଗର-ଲେହ ହାଇୱେ ଏନଏଚ୍-୧ରେ ନିର୍ମିତ ଏହି ଡବଲ୍ ଲେନ୍ ଟନେଲ୍ ସୋନମର୍ଗକୁ ଯୋଡ଼ୁଛି । ପୂର୍ବରୁ ବରଫ ବର୍ଷା ପାଇଁ ଏହି ରାଜପଥ ୬ ମାସ ବନ୍ଦ ରହୁଥିଲା । ଏବେ ଟନେଲ୍ ଫଳରେ ବର୍ଷର ଯେ କୌଣସି ଋତୁ ଓ ଯେ କୌଣସି ସମୟରେ ଲୋକେ ଯାତାୟତ କରି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୂର୍ବରୁ ଶ୍ରୀନଗର-ଲେହ ରାଜପଥରେ ସୋନମର୍ଗ ପହଞ୍ଚିବା ଲାଗି ଘଣ୍ଟାଏ ସମୟ ଲାଗୁଥିଲା । ଏବେ ଏହି ଟନେଲ୍ ଯୋଗୁଁ ମାତ୍ର ୧୫ ମିନିଟ୍‌ରେ ପହଞ୍ଚି ହେବ । ଏହା ଛଡ଼ା ଗାଡ଼ିର ବେଗ ମଧ୍ୟ ବଢ଼ିବ । ଦୁର୍ଗମ ପାହାଡ଼ ଘେରା ଏହି ଅଞ୍ଚଳ ପାର ଲାଗି ପୂର୍ବରୁ ୩ରୁ ୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ୪୫ ମିନିଟ୍ ଲାଗିବ ।


ପର୍ଯ୍ୟଟନ ସହ ଦେଶର ସୁରକ୍ଷା ପାଇଁ ଏହି ଟନେଲ୍ ବେଶ୍ ମହତ୍ତ୍ଵପୂର୍ଣ୍ଣ । ଏହି ଟନେଲ୍ ଦେଇ ଲଦାଖ ପହଞ୍ଚିବା ବେଶ୍ ସହଜ ହୋଇଯିବ । ଅର୍ଥାତ୍ ବରଫ ବର୍ଷା ସମୟରେ ସେନାର ଏୟାରଫୋର୍ସ ବିମାନ ନେଇ ଯାଉଥିବା ସାମଗ୍ରୀ ଏବେ କମ୍ ଖର୍ଚ୍ଚରେ ସଡ଼କ ପଥରେ ପଠାଇ ହେବ । ଜେଡ୍ ମୋଡ୍ ଟନେଲ୍‌ ୨୭୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ସମୁଦ୍ର ପୃଷ୍ଠରୁ ୮ ହଜାର ୬୫୦ ଫୁଟ୍ ଉପରେ ଏହି ଟନେଲ୍ ନିର୍ମାଣ ହୋଇଛି ।

PM Modi Inaugurated Z-Morh Tunnel in Jammu and Kashmir | Argus News