Videos
|
National

ନମୋ ଭାରତ କରିଡରର ୧୩ କି.ମି ଫେଜ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନମୋ ଭାରତ କରିଡରର  ୧୩ କି.ମି ଫେଜ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ମାତ୍ର ୪୦ ମିନିଟରେ ଦିଲ୍ଲୀରୁ ମେରଟ । ନମୋ ଭାରତ କରିଡରର ଅତିରିକ୍ତ ୧୩ କିଲୋମିଟର ଫେଜ୍‌ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଥର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରିଛି ନମୋ ଭାରତ ଟ୍ରେନ୍। ଭାରତୀୟ ମେଟ୍ରୋ ନେଟଓ୍ବାର୍କ ହଜାରେ କିଲୋମିଟର ମେଟ୍ରୋ ୱେର ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିବା ସହ ଭାରତ ବିଶ୍ବର ତୃତୀୟ ସର୍ବବୃହତ ମେଟ୍ରୋ ନେଟଓ୍ବାର୍କ ହୋଇଛି । ନମୋ ଭାରତ କରିଡର ଉଦଘାଟନ ପରେ କୁନି କୁନି ପିଲାଙ୍କ ସହ ସାହିବାବାଦରୁ ନ୍ୟୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ମୋଦି । ନମୋ ଭାରତ କରିଡର ପାଇଁ ଖର୍ଚ୍ଚ ହୋଇଛି ୪ ହଜାର ୬ ଶହ କୋଟି ଟଙ୍କା। ଏହାସହ ପ୍ରଧାନମନ୍ତ୍ରୀ ମୋଦି ୨.୮ କିଲୋମିଟର ଲମ୍ବା ଜନକପୁରୀରୁ କ୍ରିଷ୍ଣା ପାର୍କ କରିଡରରର ମଧ୍ୟ ଉଦଘାଟନ କରିଛନ୍ତି।


ଏଥିପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମେଟ୍ରୋ କରିଡର ସମେତ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ୧୨ହଜାର ୨୦୦ କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ୨୦୦୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଦିଲ୍ଲୀରେ ଆଧୁନିକ ମେଟ୍ରୋର ହୋଇଥିଲା ଶୁଭାରମ୍ଭ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

PM Modi to Ride Namo Bharat Train, Inaugurate 13 km Delhi-Ghaziabad-Meerut Corridor | Argus News