ଆଜି କୁଏତ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
·1 year ago

ଅର୍ଗସ ବ୍ୟୁରୋ: କୁଏତ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...ଆଜିଠାରୁ ଦୁଇ ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। କୁଏତର ଏମିର ଶେଖ ମିଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣ କ୍ରମେ 21 ଓ 22 ଡିସେମ୍ବରରେ ମୋଦି କୁଏତ ଗସ୍ତ କରିବେ। ଗତ ୪୩ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। କୁଏତ ଓ ଭାରତ ମଧ୍ୟରେ ଉତ୍କୃଷ୍ଟ ରାଜନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସହ କୁଏତର ପ୍ରମୁଖ ବାଣିଜ୍ୟ ଭାଗିଦାରୀ ମଧ୍ୟରେ ଭାରତ ସ୍ଥାନ ପାଇଛି। 2023-24 ବର୍ଷରେ ଦୁଇ ଦେଶ ମଧ୍ୟରେ 10 ବିଲିୟନରୁ ଅଧିକ ବାଣିଜ୍ୟ ହୋଇଛି। କୁଏତ ମଧ୍ୟ ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ଶକ୍ତି ସହଭାଗୀ ଦେଶ ହୋଇ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: