ଦେଶକୁ ମିଳିଲା ୩ ନୂଆ ଯୁଦ୍ଧପୋତ; ସମୁଦ୍ରରେ ବଳିୟାନ ହେବ ନୌସେନା

Key Points
୩ଟି ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
INS ସୁରଟ, INS ନୀଳଗିରି ଓ INS ବାଘଶୀର
ଅର୍ଗସ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୩ଟି ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ନୌସେନାରେ ସାମିଲ୍ ହୋଇଛି INS ସୁରଟ (ଡେଷ୍ଟ୍ରୟର), INS ନୀଳଗିରି (ଷ୍ଟେଲଥ ଫ୍ରିଗେଟ୍) ଓ INS ବାଘଶୀର (ସବମରିନ୍) । ଯାହାକି ସମୁଦ୍ରରେ ନୌ ସେନାର ଶକ୍ତି ବିସ୍ତାର କରିବ ।
ରାଷ୍ଟ୍ର ଉଦ୍ଦେଶ୍ୟରେ ୩ ଯୁଦ୍ଧପୋତକୁ ସମର୍ପିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ନୌସେନାର ଗୌରବମୟ ଇତିହାସ ଓ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ବଡ଼ ଦିନ ଅଟେ । ଛତ୍ରପତି ଶିବାଜୀ ମହାରାଜ ନୌସେନାକୁ ନୂଆ ସାମର୍ଥ୍ୟ, ନୂଆ ଦିଶା ଦେଇଥିଲେ ।
ତିନି ପ୍ରମୁଖ ନୌସେନା ଯୁଦ୍ଧ ବିମାନ ପ୍ରତିରକ୍ଷା କ୍ଷେତ୍ରରେ ଉଦ୍ଭାବନ, ଉତ୍ପାଦନ ତଥା ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଭାରତର ଦୃଷ୍ଟିକୁ ଆଗକୁ ନେବ । INS ନୀଳଗିରି, P17A ଷ୍ଟିଲ୍ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ ଯାହାକି ଭାରତୀୟ ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ ଦ୍ଵାରା ଡିଜାଇନ୍ କରାଯାଇଛି ।
📱 Get Argus News App
✨INS ସୁରଟ, P15B ଗାଇଡ୍ ମିଶାଇଲ୍ ବିନାଶକାରୀ ପ୍ରକଳ୍ପର ଚତୁର୍ଥ ତଥା ଅନ୍ତିମ ଜାହାଜ ଯାହାକି ବିଶ୍ଵର ବୃହତ୍ତମ ଏବଂ ଅତ୍ୟାଧୁନିକ ବିନାଶକାରୀ ଜାହାଜ ମଧ୍ୟରେ ସ୍ଥାନ ପାଇଛି । ସେହିପରି P75 ସ୍କର୍ପିନ୍ ପ୍ରକଳ୍ପର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ INS ଭାଗଶୀର ବୁଡ଼ାଜାହାଜ ଫ୍ରାନ୍ସର ନାଭାଲ୍ ଗ୍ରୁପ୍ ସହଯୋଗରେ ନିର୍ମାଣ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର