ପ୍ରଧାନମନ୍ତ୍ରୀଙ୍କ ମୁହଁରେ ସଫଳ ରାଜନୀତିର ମନ୍ତ୍ର

Key Points
ପ୍ରଧାନମନ୍ତ୍ରୀଙ୍କ ମୁହଁରେ ସଫଳ ରାଜନୀତିର ମନ୍ତ୍ର
ପ୍ରଥମ ପୋଡକାଷ୍ଟରେ ଜାତୀୟ ପ୍ରସଙ୍ଗ ସହ ନିଜ ସଂଘର୍ଷ ବଖାଣିଲେ ମୋଦି
କହିଲେ, ମୁଁ ଭଗବାନ ନୁହେଁ ମଣିଷ
ସାଧାରଣ ଲୋକଙ୍କ ସ୍ଵପ୍ନ ପୂରଣ ଓ ରାଷ୍ଟ୍ର ସ୍ବାର୍ଥ ହିଁ ପ୍ରଥମ
PM ରଖିଲେ ବିକଶିତ ଭାରତ ଗଠନର ରୋଡ଼ମ୍ୟାପ୍
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଡକାଷ୍ଟ। ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମ ଜିରୋଧାର ସହ ପ୍ରତିଷ୍ଠାତା ନିଖିଲ କାମାତଙ୍କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ନିଜ ରାଜନୈତିକ ଜୀବନ ସହ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା କହିଛନ୍ତି ନରେନ୍ଦ୍ର ମୋଦି। ରାଜନୀତିକୁ ଆସିବା, ସଂଘର୍ଷ ମଇଦାନରେ ତିଷ୍ଠିବା ଓ ସଫଳ ହେବାର ମନ୍ତ୍ର ଦେଇଛନ୍ତି। ନିଜ ଜୀବନର ନାନା ଅନୁଭୁତି ସହ ଗୁରୁତ୍ବପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ବି ମନ ଖୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ମୋଦିଙ୍କ ଅନୁସାରେ ରାଜନୀତିର ଅର୍ଥ କେବଳ ନିର୍ବାଚନ ଲଢ଼ିବା ନୁହେଁ । ସାଧାରଣ ଲୋକଙ୍କ ସ୍ଵପ୍ନ ପୂରଣ ଓ ରାଷ୍ଟ୍ର ସ୍ବର୍ଥ ପ୍ରଥମ ହେବା ଉଚିତ ଜଣେ ସଫଳ ରାଜନେତା ହେବାର ମନ୍ତ୍ର। ପିଏମ୍ କହିଛନ୍ତି ଜନତାଙ୍କ ମନ ଜିଣିବାକୁ ନେତା ସମ୍ବେଦନଶୀଳ ହେବା ଆବଶ୍ୟକ । ମୁଁ ମଣିଷ, ଭଗବାନ ନୁହେଁ। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ବ ଓ ସଦଉପଯୋଗ ଉପରେ ସମାଜକୁ ବାର୍ତ୍ତା ଦେଇଛନ୍ତି ମୋଦି ।
ଚନ୍ଦ୍ରଯାନ-2ର ବିଫଳତା ସମୟର ଅନୁଭୂତି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଦିବାସୀ ସମାଜ ପାଇଁ ପିଏମ ଜନମନ ଯୋଜନାର ଉଦାହରଣ ଦେଇଛନ୍ତି ମୋଦି । କହିଛନ୍ତି ପ୍ରତି ସଫଳତା ପଛରେ ଥିବା ସଂଘର୍ଷ ଦେଖାଯାଏନାହିଁ। ବାସ୍ତବରେ ଜଟିଳ ସ୍ଥିତିରେ ସଠିକ ନିର୍ଣ୍ଣୟ ମଣିଷକୁ ସଫଳ କରେ। PODCASTରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗୁଜରାଟ ଆସିବାର ରାଜ୍ ଖୋଲିଛନ୍ତି ମୋଦି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: