Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ

National

ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ

Key Points

ରାଜ୍ୟ ବିକାଶରେ ଉତପ୍ରେରକ ଭୂମିକା ନେବ ପ୍ରବାସୀ ଭାରତୀୟ ଦିବସ
ପ୍ରବାସୀଙ୍କ ଅଭିଜ୍ଞତା ଓ ସହଭାଗୀତାରେ ଓଡ଼ିଶାକୁ ଲାଭ ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ
୯ ତାରିଖରେ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଯୋଗ ଦେବେ ୭ ହଜାର ରୁ ଅଧିକ ପ୍ରବାସୀ ଭାରତୀୟ
୧୦ ତାରିଖରେ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହେବେ ୨୭ ଜଣ ପ୍ରବାସୀ ଭାରତୀୟ
ପ୍ରବାସୀ ଭାରତୀୟ ଦିବସକୁ ଓଡିଆଙ୍କ ପାଇଁ ସଂକଳ୍ପର ଦିବସ ବୋଲି ଆଲେଖ୍ୟରେ ଲେଖିଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଓଡି଼ଶା ମାଟିକୁ ଛୁଟିବେ ପ୍ରବାସୀ ଭାରତୀୟ । ଜନତା ମଇଦାନରେ ପାଳିତ ହେବ ଅଷ୍ଟଦଶ ପ୍ରବାସୀ ଭାରତୀୟ ସଂସ୍କରଣ । ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମତେ ଅନ୍ୟଦେଶର ଅତିଥି ଏହି ସମ୍ମିଳନୀରେ ଯୋଗଦେବେ । ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କ ପାଇଁ ମୁଖ୍ୟ ଆକର୍ଶଣ ହେବ ଓଡି଼ଶା ଥିମ୍ ପ୍ୟାଭିଲିୟନ । ଓଡି଼ଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଶିଳ୍ପ ବିକାଶ ପ୍ରଦର୍ଶିତ ହେବ ଏହି ପ୍ୟାଭିଲିୟନରେ । ଯେଉଁ ପ୍ୟାଭିଲିୟନ ହିଁ ପାଲଟିବ ଓଡି଼ଆ ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ବାର୍ତାବହକ । ୪୦୦ ବର୍ଗମିଟର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ପ୍ୟାଭିଲିୟନର ନାମ ରହିଛି ଗ୍ଲୋରିୟସ ଓଡି଼ଶା । ଶ୍ରୀଜଗନ୍ନାଥ ସଂସ୍କୃତି, କଳିଙ୍ଗ ଯୁଦ୍ଧ, ସମ୍ରାଟ ଅଶୋକଙ୍କ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ, ଐତିହ୍ୟ ସଂମ୍ପର୍ଣ୍ଣ ବାଲିଯାତ୍ରା, ଓ ଅନ୍ୟାନ୍ୟ କୀର୍ତ୍ତିରାଜୀ ପ୍ରର୍ଦଶିତ କରାଯିବ । ତାହା ସହ ଭିଡିଓ ଜରିଆରେ ବି ଓଡି଼ଶାର ଗାଥା ସବୁକୁ ମଧ୍ୟ ଆସୁଥିବା ପ୍ରବାସୀ ମାନଙ୍କ ନିକଟରେ ଉପସ୍ଥାପନ କରାଯିବ । ତେବେ ଏହାକୁ ନେଇ ଆଲେଖ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରବାସୀ ଭାରତୀୟ ଦିବସ ଆୟୋଜନର ସୁଯୋଗ ଭିତରେ ମୁଁ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସମ୍ଭାବନା ଦେଖୁଛି । ସେହିପରି ସମସ୍ତ ଓଡ଼ିଆଙ୍କୁ ନିବେଦନ କରି ଲେଖିଛନ୍ତି ଓଡ଼ିଶାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ଦୃଢ ସଂକଳ୍ପ ନିଅନ୍ତୁ | ଏ ଜାତିର ଇତିହାସ, କଳା, ସଂସ୍କୃତି ଓ ସାମାଜିକ ବିକାଶର ଭଗୀରଥ ହୋଇ ରାଜ୍ୟକୁ ଉନ୍ନତିର ପଥରେ ଆଗେଇ ନିଅନ୍ତୁ ।

ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଓଡ଼ିଶା ଆସିବା ପାଇଁ ଭରି ରହିଛି ଉତ୍ସାହ । ପାଖାପାଖି ୩ ହଜାର ପ୍ରବାସୀ ବର୍ତ୍ତମାନ ସୁଦ୍ଧା ଆସିବା ପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି । ଯେଉଁମାନେ ଆସିବେ ସେମାନଙ୍କୁ ପୁରୀ, କଟକ, ଭୁବନେଶ୍ୱର ଓ ଯାଜପୁରକୁ ନେଇ ପରିଭ୍ରମଣ କରାଇବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଯୋଜନା । କାନ୍ଥଠୁ ନେଇ ଗଛ ପତ୍ରକୁ ସବୁ ସାଧବ ବୋହୁ ପରି ସଜାଯାଇଛି । ଓଡି଼ଶାର ଖାଦ୍ୟ ପଦାର୍ଥ ସହ ଓଡି଼ଆଙ୍କ ସହ ରହି ଚାଲିଚଳନ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇଛନ୍ତି ସରକାର । କେମିତି କାର୍ଯ୍ୟକ୍ରମକୁ ସଫଳ କରି ରାଜ୍ୟ ତାର ଟେକ ବଜାଇ ରଖିବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ରାଜ୍ୟ ସରକାର । କେବଳ ସରକାର ନୁହଁନ୍ତି ବିରୋଧୀ ବି କାର୍ଯ୍ୟକ୍ରମକୁ ନେଇ ବେଶ ଖୁସି ଅଛନ୍ତି ।

ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ହେବାକୁ ଯାଉଥିବାରୁ ସରକାରୀ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି । ଅତିଥିଙ୍କ ଅପେକ୍ଷାରେ ସଜେଇ ହୋଇ ରହିଛି ଓଡିଶା ଓ ଓଡ଼ିଆଙ୍କ କଳା ସଂସ୍କୁତି । ଡବଲ ଡେକର ବସ ସାଙ୍ଗକୁ ସଜେଇ ହୋଇ ଅପେକ୍ଷାରେ ରହିଛି ପାଖାପଖି ସାତ ହଜାରରୁ ଅଧିକ ଘର । ଓଡିଶାର ସାହିତ୍ୟ, କଳା ସଂସ୍କୃତି, ଶିଳ୍ପ, ନଦ ନଦୀ ଠୁ ନେଇ ସମୁଦ୍ର ତଟ, ପର୍ଯ୍ୟଟନ କ୍ଷେତ୍ର ଆଉ ଆମ ମଉଡ଼ମଣି ଙ୍କୁ ଦର୍ଶନ କରିବା ସହ ଓଡ଼ିଶା ବିକାଶରେ ସହଭାଗୀ ହେବାକୁ ଏହି ସମ୍ମିଳନୀ ପ୍ରତ୍ୟେକ ପ୍ରବାସୀଙ୍କୁ ଦେବ ସୁଯୋଗ ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Murmu to Confer Pravasi Bharatiya Samman Awards to 27 Persons | Argus News