Videos
|
National

କେବଳ ସଡ଼କ ଦୁର୍ଘଟଣାରେ ଦୈନିକ ଯାଉଛି ୪୯୩ ପ୍ରାଣ

Sushanta Sahoo
Browse all articles by Sushanta Sahoo
·1 year ago·2 min read
କେବଳ ସଡ଼କ ଦୁର୍ଘଟଣାରେ ଦୈନିକ ଯାଉଛି ୪୯୩ ପ୍ରାଣ

Key Points

୨୦୨୪ରେ ୧ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ

୨୦୨୩ରେ ୧ ଲକ୍ଷ ୭୨ ହଜାର ଲୋକଙ୍କ ମୃତ୍ୟୁ

ଦୁର୍ଘଟଣା ରୋକିବାକୁ ସଡ଼କ ସୁରକ୍ଷା ମାସ ପାଳନ

ବାଇକ୍ ଚାଳନା ବେଳେ ହେଲମେଟ୍ ପିନ୍ଧନ୍ତୁ

ଅର୍ଗସ ବ୍ୟୁରୋ: ଦୁନିଆର ଅନ୍ୟତମ ଗରିବ ଦେଶ ହେଉଛି ଭେନେଜୁଏଲା । କିଛିବର୍ଷ ତଳେ ଭେନେଜୁଏଲାରେ ଦରଦାମ ଏତେ ବଢ଼ି ଯାଇଥିଲା ଯେ, ସେଠାକାର ଟଙ୍କାର ମୂଲ୍ୟ କାଗଜ ବରାବର ହୋଇ ଯାଇଥିଲା । କିନ୍ତୁ ସବୁ ପ୍ରକାର ଦୁଃସ୍ଥିତିକୁ ସାମ୍ନା କରି ସମ୍ବଳ ଅଭାବ ସତ୍ତ୍ଵେ ଗରିବ ରାଷ୍ଟ୍ର ଭେନେଜୁଏଲା ଏକ ବଡ଼ କାମ କରି ଉଦାହରଣ ସୃଷ୍ଟି କରି ପାରିଛି । ସେଠାରେ ହେଉଥିବା ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଉ ଯେଉଁଥିରେ ସରକାରଙ୍କ ସହ ନାଗରିକଙ୍କ ରହିଛି ବଡ଼ ଭୂମିକା ।


ଅନ୍ୟପଟେ ଭାରତ ଭଳି ବୃହତ୍ତ ରାଷ୍ଟ୍ରରେ ସମ୍ବଳର ଅଭାବ ନଥିବା ସତ୍ତ୍ଵେ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହ୍ରାସ ପାଉ ନାହିଁ । ଦେଶରେ ୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୮୦ ହଜାର ଜୀବନ ଯାଇଛି । ଯେତେବେଳେ କି ଦେଶରେ ୨୦୨୩ ମସିହାରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୭୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ରୋକିବାକୁ ପ୍ରତିବର୍ଷ ସଡ଼କ ସୁରକ୍ଷା ମାସ ପାଳନ ହେଉଛି । ଏଥିସହ ଜାନୁଆରୀ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଚଳିତଥର ଏହାର ଥିମ୍ ରହିଛି 'ବି ଏ ରୋଡ୍ ସେଫଟି ହିରୋ' । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା କମାଇବା ।


ଏଥିପାଇଁ ସରକାର ଓ ପରିବହନ ବିଭାଗ ବିଭିନ୍ନ ଏନଜିଓ, ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ମିଶି ଲୋକଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରିଥାନ୍ତି । ପଥପ୍ରାନ୍ତ ନାଟକ ସହ ଅନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥାଏ ।


ସଡ଼କ ସୁରକ୍ଷାର ଆରମ୍ଭ ଛୋଟ ଛୋଟ ନିୟମ ପାଳନରୁ ହୋଇଥାଏ । ଯେମିତି କି ଟ୍ରାଫିକ୍ ସିଗନାଲ୍ ମାନିବା ଓ ଗାଡ଼ିର ବେଗ ଉପରେ ନିୟନ୍ତ୍ରଣ ରଖିବା । ବାଇକ୍ ଚାଳନା ବେଳେ ହେଲମେଟ୍ ଓ କାର୍ ଚଳାଇବା ବେଳେ ସିଟ୍ ବେଲ୍ଟ ପିନ୍ଧିବା ବେଶ୍ ଜରୁରି ।


ତେବେ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ହେଲା- ଦ୍ରୁତଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ଡ୍ରାଇଭିଂ ବେଳେ ମୋବାଇଲରେ କଥା ହେବା, ଓଭରଟେକିଂ, ଖରାପ ସଡ଼କ । ଆପଣଙ୍କ ଗାଡ଼ିର ବେଗ ଅଧିକ ଥିଲେ ହଠାତ୍ ଅଟକିବା ବେଳେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ପାରନ୍ତି । ଏହା ଛଡ଼ା ନିୟମିତ ବ୍ୟବଧ୍ୟାନରେ ଗାଡ଼ିର ସର୍ଭିସିଂ ମଧ୍ୟ ଜରୁରି । ଯାହାକି ଗାଡ଼ିର କାର୍ଯ୍ୟକ୍ଷମତା ବଢ଼ାଇବା ସହ ସୁରକ୍ଷା ନିଶ୍ଚିତ କରେ ।


୨୦୨୪ ମସିହାରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୦ ହଜାର ଛୁଆଙ୍କ ମୃତ୍ୟୁ ହୋଇଛି । ତେଣୁ ବୟସ୍କଙ୍କ ସହ ଛୁଆଙ୍କୁ ମଧ୍ୟ ସଡ଼କ ସୁରକ୍ଷା ଦିଗରେ ସଚେତନ କରାଇବା ଆବଶ୍ୟକ ।