Videos
|
National

ଏୟାର୍ ଇଣ୍ଡିଆ ଫ୍ଲାଇଟର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ, କାହିଁକି ?

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଏୟାର୍ ଇଣ୍ଡିଆ ଫ୍ଲାଇଟର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ, କାହିଁକି ?

Key Points

ଏୟାର୍ ଇଣ୍ଡିଆର ଭୟାବହ ଦୁର୍ଘଟଣା କଥା ସମସ୍ତଙ୍କ ମନରୁ ଲିଭିନଥିବା ବେଳେ ପୂଣି ଥରେ ଫ୍ଲାଇଟର ସୁରକ୍ଷାରେ ପ୍ରଶ୍ନ ଉଠିବାରେ ଲାଗିଲାଣି?


ନଭୀ ମୁମ୍ବାଇର କଲମ୍ବୋଲି ବାସିନ୍ଦା ୨୫ ବର୍ଷୀୟ ପିୟୁଷ ସୋନି ଗୁରୁବାର ଦିନ ସକାଳ ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ


କିନ୍ତୁ ସେ ଏୟାର୍ ଇଣ୍ଡିଆର ପାଟନା ଯିବା ବିମାନର ବୋର୍ଡିଂ ସମୟ ମିସ୍ କରିଦେଇଥିଲେ


ଯେତେବେଳେ ତାଙ୍କୁ ଜଣାପଡ଼ିଲା ବିମାନ ଟେକ ଅଫ କରିସାରିଛି, ସେ ଏକ ବିମାନକୁ ଧରିବା ପାଇଁ ରନଓ୍ବେରେ ପହଂଚିଗଲେ


ନିକଟରେ ଅହମଦାବାଦରେ ଏୟାର୍ ଇଣ୍ଡିଆର ଭୟାବହ ଦୁର୍ଘଟଣା କଥା ସମସ୍ତଙ୍କ ମନରୁ ଲିଭିନଥିବା ବେଳେ ପୂଣି ଥରେ ଫ୍ଲାଇଟର ସୁରକ୍ଷାରେ ପ୍ରଶ୍ନ ଉଠିବାରେ ଲାଗିଲାଣି?

ନଭୀ ମୁମ୍ବାଇର କଲମ୍ବୋଲି ବାସିନ୍ଦା ୨୫ ବର୍ଷୀୟ ପିୟୁଷ ସୋନି ଗୁରୁବାର ଦିନ ସକାଳ ୯:୫୦ ପରେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ, କିନ୍ତୁ ସେ ଏୟାର୍ ଇଣ୍ଡିଆର ପାଟନା ଯିବା ବିମାନର ବୋର୍ଡିଂ ସମୟ ମିସ୍ କରିଦେଇଥିଲେ।


ଯେତେବେଳେ ତାଙ୍କୁ ଜଣାପଡ଼ିଲା ଯେ ବିମାନ ଟେକ ଅଫ କରିସାରିଛି, ସେ ବ୍ୟସ୍ତ ହୋଇପଡ଼ିଲେ ଏବଂ ଏକ ବିମାନକୁ ଧରିବା ପାଇଁ ରନଓ୍ବେରେ ପହଂଚିବା ପାଇଁ ଚେଷ୍ଟା କଲେ। ତେବେ ଆଶ୍ଚର୍ଯ୍ୟର କଥା, ସେ ଯାହା ପାଇଁ ଏତେ ଦୌଡୁଥିଲେ ସେଠାରେ ଥିବା ବିମାନଟି ପାଟନାକୁ ନୁହେଁ, ଭୁଜ, ଗୁଜରାଟରୁ ଆସିଥିବା ବିମାନ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୋନି ଗେଟ୍ ୪୨ ଓ ୪୩ ମଧ୍ୟରେ ଥିବା ଏକ ଆପାତକାଳୀନ ଗେଟ୍ ଜୋରକରି ଖୋଲି ଏହି ଉଚ୍ଚ ସୁରକ୍ଷିତ ଅଞ୍ଚଳକୁ ପ୍ରବେଶ କରିଥିଲେ। ତାଙ୍କ ଏହି ଅଚାନକ କାର୍ଯ୍ୟରୁ ଗ୍ରାଉଣ୍ଡ ଷ୍ଟାଫ୍‌ ଆତଙ୍କିତ ହୋଇପଡ଼ିଥିଲେ, କାରଣ ଏହା ବିମାନ ଚଳାଚଳ ଓ ଯାତ୍ରୀଙ୍କ ଜୀବନ ପାଇଁ ମଧ୍ୟ ବିପଦପୂର୍ଣ୍ଣ ଥିଲା, ତେବେ ଭଲ କଥା ହେଉଛି ସେ ସମୟରେ କୌଣସି ବିମାନ ଟେକଅଫ୍ କିମ୍ବା ଲ୍ୟାଣ୍ଡ କରୁନଥିଲା। ଏୟାର୍ ଇଣ୍ଡିଆର ଏକ କର୍ମଚାରୀ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।


ପ୍ରଥମେ ସୋନି କହିଥିଲେ ଯେ ଗୋଟିଏ କୋଚ୍ ଚାଳକ ଭୁଲ ବଶତଃ ତାଙ୍କୁ ଟର୍ମାକ୍(ଏହା ବିମାନ ଥିବା ସ୍ଥଳ ଯାହା ବହୁତ ସୁରକ୍ଷିତ ଅଞ୍ଚଳ) ନିକଟରେ ଛାଡ଼ି ଦେଇଥିଲେ, କିନ୍ତୁ ପରେ ସେ ନିଜ ଦୋଷ ସ୍ଵିକାର କରିଛନ୍ତି ଯେ ସେ ନିଜେ ବିମାନକୁ ପହଞ୍ଚିବାକୁ ଚେଷ୍ଟା କରିଥିଲେ।


ସେଠାରେ ମାନବ ଜୀବନକୁ ବିପଦରେ ପକାଇବା ଓ ବିମାନ ଆଇନ ଉଲ୍ଲଂଘନ କଥାରେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ମାମଲା ଦାଖଲ ହୋଇଛି। ବର୍ତ୍ତମାନ ସେ ନ୍ୟାୟିକ ହାଜତରେ ଅଛନ୍ତି ଏବଂ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଓ ସୁରକ୍ଷା ବ୍ୟବସ୍ଥା ଯାଂଚ କରୁଛନ୍ତି କିପରି ଏହି ଭଳି ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ଘଟିଗଲା।


security-breach-in-air-india-once-again | Argus News